25.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ମିଳିଲା ଆଶ୍ବସ୍ତି

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ବଡ ଆଶ୍ୱସ୍ତି। ସିବିଆଇ ପକ୍ଷରୁ ଜାରି ଲୁକ ଆଉଟ ସର୍କୁଲାର ବର୍ତ୍ତମାନ ରଦ୍ଧ ହୋଇଛି। ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ରିୟାଙ୍କ ଭାଇ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଏବଂ ବାପାଙ୍କ ବିରୋଧରେ ସିବିଆଇ ଦ୍ୱାରା ଜାରି କରାଯାଇଥିବା ଲୁକ ଆଉଟ ସର୍କୁଲାର ମାମଲାରେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମର୍ଥନ କରିଛନ୍ତି।
ସୂଚନା ମୁତାବକ, ଫେବୃଆରୀରେ ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଓ ବାପାଙ୍କ ପିଟିସନ ଉପରେ ସିବିଆଇର ଲୁକ ଆଉଟ ସର୍କୁଲାର ରଦ୍ଧ କରିଥିଲେ। ତେବେ ଆଜି ସୁପ୍ରିମକୋର୍ଟ ସିବିଆଇର ଏହି ଚ୍ୟାଲେଞ୍ଜକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଗଷ୍ଟ ୨୦୨୦ରେ ରିୟା, ତାଙ୍କ ଭାଇ, ତାଙ୍କ ବାପା ଏବଂ ତାଙ୍କ ମାଆଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରାଯାଇଥିଲା। ସୁଶାନ୍ତ ସିଂହ ରାଜପୂତଙ୍କ ପରିବାର ଅଭିନେତାଙ୍କ ମୃତ୍ୟୁର ତଦନ୍ତ ଦାବି କରି ବିହାରର ପାଟଣାରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ସିବିଆଇକୁ ଟ୍ରାନ୍ସଫର କରାଯାଇଥିଲା। ସିବିଆଇ ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ପରିବାର ଉପରେ ଲୁକ ଆଉଟ ସର୍କୁଲାର ମାମଲା ଜାରି କରିଥିଲା। ଯାହାକୁ ବମ୍ବେ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଥିଲେ, ବର୍ତ୍ତମାନ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଏହି ମାମଲାରୁ ଅଭିନେତ୍ରୀ ଏବଂ ତାଙ୍କ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking