କଟକ: କଟକ ରିଙ୍କୁ ଜେନା ହତ୍ୟା ଘଟଣାର ପର୍ଦ୍ଦାଫାସ କଲେ କଟକ ଡିସିପି । ଗୁଳି କରି ହତ୍ୟା ଘଟଣାରେ ସମସ୍ତ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଥଟ୍ଟାମଜା ଓ ପରେ ଆରୋପ ପ୍ରତ୍ୟାରୋପରୁ ଗୁଳିମାଡ ହୋଇଛି । ଗୁଳିକାଣ୍ଡ ପରେ ତୁରନ୍ତ ରିଙ୍କୁଙ୍କୁ ହସ୍ପିଟାଲ ନିଆଯାଇ ନଥିଲା । କିପରି ଜଣଙ୍କ ମୁଣ୍ଡରେ ଦୋଷ ଲଦି ଅନ୍ୟମାନେ ଖସିବେ ଯୋଜନା କରିଥିଲେ । ଖସିବା ଯୋଜନା ପାଇଁ ରିଙ୍କୁଙ୍କୁ ହସ୍ପିଟାଲ ନେବା ବିଳମ୍ବ ହୋଇଥିଲା । ତୁରନ୍ତ ମେଡିକାଲ ପହଞ୍ଚାଇଥିଲେ ହୁଏତ ଫଳ କିଛି ଅଲଗା ହୋଇଥାନ୍ତା । ଭୁକୁ ଓରଫ ଉତ୍କଳ କେଶରୀ ପଶାୟତ ଗୁଳି ଚଳାଇଥିଲେ । ନାଣ୍ଡୁ ଓରଫ ଅଭିଜିତ ମହାନ୍ତି ଘରୁ ଯାଇ ବନ୍ଧୁକ ଆଣିଥିଲା । ମାଣ୍ଡୁ ଭୁବନେଶ୍ୱରର ଏକ ମାମଲାରେ ମଧ୍ୟ ୱାଣ୍ଟେଡ ଥିଲା । ଖାଲି ବନ୍ଧୁକ ଆଣୁଛ ନାଁ ଫୁଟାଇ ପରିବ କଥା ଉଠିଥିଲା । ଏହା ପରେ ୨ ଜଣ ବନ୍ଧୁକ ନେଇ ଗୋଟିଏ ରାଉଣ୍ଡ ମାରିଥିଲେ । ସମସ୍ତେ ନିଶା ସେବନ କରିଥିଲେ । ଯାହା ସିସିଟିଭି ଫୁଟେଜ ମିଳିଛି ।










