32.1 C
Bhubaneswar
Friday, March 6, 2026
Homeଓଡିଶାସୀମା ବିବାଦକୁ ନେଇ ଗାଁରେ ଗଣ୍ଡଗୋଳ

ସୀମା ବିବାଦକୁ ନେଇ ଗାଁରେ ଗଣ୍ଡଗୋଳ

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାର କୋଟପଲା ଏବଂ ଓସ୍ତପୁର ମଧ୍ୟରେ ହିଂସାକାଣ୍ଡ। ବଜାରରେ ଥିବା ସବୁ ଦୋକାନ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ପ୍ରବଳ ଟେକା ପଥର ମାଡ଼। ଖୋର୍ଦ୍ଧା ବାଙ୍କୀ ରାସ୍ତାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ଉଭୟ ପାର୍ଶ୍ଵରେ ଯିବା ଆସିବା ବନ୍ଦ ରହିଛି। ଗାଡ଼ି ମଟର ଅଟକି ରହିଛି। କୋଟପଲା ଏବଂ ଓସ୍ତପୁର ଗାଁର ନାମ ଫଳକ ଲଗାଇବାକୁ ନେଇ ୩ ମାସ ହେଲା ବିବାଦ ଚାଲିଛି। ଅଗଷ୍ଟ ମାସରୁ ଏହି ଗଣ୍ଡଗୋଳ ଲାଗି ରହିଛି। ପ୍ରଶାସନ ୧୬୩ ଧାରା ଲଗାଇଥିଲା। ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା ପରେ ଶାନ୍ତି ଫେରୁଥିଲା । କିନ୍ତୁ ଆଜି ପୁଣି ଥରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଓ ୫ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking