ଭୁବନେଶ୍ୱର: ଧାନ ସଂଗ୍ରହ ନେଇ କାଦ୍ୟ ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ ସୂଚନା ଦେଇ କହିଛନ୍ତି, କାଲି ସୁଦ୍ଧା ଧାନ କିଣା ନେଇ ଡେଡଲାଇନ ଧାର୍ଯ୍ୟ ହୋଇଥିଲା । ଦରକାର ପଡିଲେ ଆଉ ୨ ଦିନ ପର୍ଯ୍ୟନ୍ତ ଅବଧି ବଢିପାରେ । କିଛି ଜିଲ୍ଲାରେ ଆମେ ଟାର୍ଗେଟ ଠାରୁ ଟିକେ ପଛରେ ରହିଯାଇଛୁ । ଜଗତସିଂହପୁର, ଯାଜପୁର, ଢେଙ୍କାନାଳରେ କମ ଧାନ ସଂଗ୍ରହ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି । ଯେଉଁମାନଙ୍କୁ ଟେକନ ଦିଆଯାଇଛଚି ସେମାନଙ୍କୁ ଟୋକନ ଦିଆଯାଇଛି ସେମାନଙ୍କ ଧାନ ସରକାର କିଣିବେ । ଅନ୍ୟପଟେ ଯାଜପୁରରେ ଟୋକନ ଲାପ୍ସ ସହ କଟନି ଛଟନିକୁ ବିରୋଧ କରି ଟ୍ରାକ୍ଟର ଅଟୋରେ ଧାନ ଆଣି ପ୍ରତିବାଦ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ।










