21.1 C
Bhubaneswar
Wednesday, February 4, 2026
Homeଓଡିଶାସମ୍ବଲପୁର ଜିଲ୍ଲାରେ ଆଜି ଧାନକିଣା ହେଲା ସ୍ବାଭାବିକ

ସମ୍ବଲପୁର ଜିଲ୍ଲାରେ ଆଜି ଧାନକିଣା ହେଲା ସ୍ବାଭାବିକ

ସମ୍ବଲପୁର: ସମ୍ବଲପୁରରେ ସ୍ବାଭାବିକ ହେଲା ଧାନକିଣା। ତିନି ଦିନର ଅଚଳାବସ୍ଥା ପରେ ଆଜି ସମ୍ବଲପୁର ଜିଲ୍ଲାରେ ଆଜି ଧାନକଣା ପ୍ରକ୍ରିୟା ଠିକ୍ ଭାବେ ଚାଲିଛି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାଅନ୍ତର୍ଗତ ସମ୍ବଲପୁର ଏବଂ କୁଚିଣ୍ଡା ଉପଖଣ୍ଡରେ ଗତ ତିନି ଦିନ ତଳେ ମଣ୍ଡି ଖୋଲିଥିଲା କିନ୍ତୁ ଧାନ ସଂଗ୍ରହ ଆରମ୍ଭ ହୋଇନଥିଲା। ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବା ଲାଗି ସହମତି ପ୍ରକାଶ ନ କରିବାରୁ ଗୋଟିଏ ବି ବସ୍ତା ମଧ୍ୟ ଧାନ ଉଠି ପାରି ନଥିଲା ।ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ମଣ୍ଡି ଖୋଲିଲା। ଚାଷୀ, ଯୋଗାଣ ଏବଂ ସମବାୟ କର୍ମଚାରୀ ପହଞ୍ଚିଥିଲେ। କିନ୍ତୁ ମିଲର ଆସି ନ ଥିଲେ। ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀ, ଯୋଗାଣ ବିଭାଗ ଏବଂ ମିଲରମାନଙ୍କ ମଧ୍ୟରେ ବୈଠକ ହୋଇଥିଲା।ମିଲରମାନେ ବୈଠକରୁ ଅଧାରୁ ଉଠି ଯାଇଥିଲେ। ଫଳରେ ଧାନ ସଂଗ୍ରହ ଅନିଶ୍ଚିତତା ଜାରି ରହିଥିଲା।ଏଣେ କେବେ ପୁଣି ମଣ୍ଡି ଖୋଲିବ ଓ ମିଲରମାନେ ଧାନ ସଂଗ୍ରହ କରିବେ ତାକୁ ନେଇ ଚିନ୍ତାରେ ଥିଲେ ଚାଷୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking