35.1 C
Bhubaneswar
Wednesday, April 1, 2026
Homeଓଡିଶା୭ ଦିନ ବଢିଲା ଧାନକିଣା ଅବଧି

୭ ଦିନ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସିର ଖବର। ବଢ଼ିଲା ଧାନ କିଣା ଅବଧି। ଏହାରି ଉପରେ ନଜର ରଖିଥିଲେ ଚାଷୀମାନେ। ଧାନ କିଣା ଅବଧି ୭ ଦିନ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ଖରିଫ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସାରିଛୁ। ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ଦେଲେଣି। ସରକାର ଜଣେ ମଧ୍ୟ ଚାଷୀଙ୍କ ଟୋକନ ଲାପ୍ସ ନହେବ ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ ୭ ଦିନ ଧାନ କିଣାକୁ ବଢ଼ାଇଲେ ସରକାର ବୋଲି ସେ କହିଛନ୍ତି।ମାର୍ଚ୍ଚ ୩୧ରେ ରାଜ୍ୟରେ ଶେଷ ହୋଇଥିଲା ଖରିଫ ଧାନ କିଣା ।  ଅନେକ ଚାଷୀ ଧାନ ବିକ୍ରି କରିଥିବା ବେଳେ ଆଉ କିଛି ବାକି ରହିଯାଇଥିଲେ ।  ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking