14.1 C
Bhubaneswar
Thursday, January 15, 2026
Homeଅପରାଧଆରଜି କର ଦୁଷ୍କର୍ମ ମାମଲା: ଆସିଲା ବଡ଼ ଅପଡେଟ୍

ଆରଜି କର ଦୁଷ୍କର୍ମ ମାମଲା: ଆସିଲା ବଡ଼ ଅପଡେଟ୍

କୋଲକାତା: ଆର୍‌ ଜି କର୍‌ ହତ୍ୟା ମାମଲାରେ ବଡ଼ ଅପଡେଟ୍। ଆସିଲା ସେଣ୍ଟ୍ରାଲ ଫରେନ୍ସିକ୍‌ ଲାବ୍ରୋଟରୀର ରିପୋର୍ଟ । ସିଏଫଏସଏଲ ଟିମ୍‌ କହିଛି ଯେ, ସେମିନାର ହଲ୍‌ରେ ଥିବା କାଠ ପ୍ଲାଟଫର୍ମରେ ରଖାଯାଇଥିବା ଗଦା ବ୍ୟତୀତ ଚଟ୍ଟାଣର କୌଣସି ଅଂଶରେ ଜୈବିକ ଦାଗ ମିଳି ନାହିଁ। ଏହାବ୍ୟତୀତ, ନୀଳ ସିଟ୍ ସହିତ କାଠ ଟେବୁଲ ଉପରେ ବି କୌଣସି ଚିହ୍ନ ବି ନାହିଁ। ରିପୋର୍ଟ ପରେ କୋଲକାତା ପୁଲିସର ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ ଓ ପରେ ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି। ଯେଉଁଥିରେ କୁହାଯାଇଥିଲା ସେମିନାର ରୁମ୍‌ରେ ହିଁ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଫଳରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ରହସ୍ୟ ଆହୁରି ଗଭୀର ହୋଇଛି। ଅନ୍ୟ କେଉଁ ସ୍ଥାନରେ ପୀଡିତାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ପରେ ତାଙ୍କର ମୃତଦେହକୁ ଆଣି ରଖାଯାଇଥିବା ସନ୍ଦେହ କରାଯାଉଛି। ସେହିପରି କୋଲକାତା ଆରଜି କର ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ସାରା ଦେଶରେ ସୃଷ୍ଟି କରିଥିଲା ଆକ୍ରେଶ। ଚଳିତ ବର୍ଷ ଅଗଷ୍ଟ ୯ ରେ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ରୁମ୍‌ରେ ଜୁନିଅର ଡାକ୍ତରଙ୍କ ମିଳିଥିଲା ମୃତଦେହ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking