26.1 C
Bhubaneswar
Thursday, September 19, 2024
Homeଓଡିଶାଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକରିତା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

ଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକରିତା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

ଯାଜପୁର : ଆଜି ଅପରାହ୍ନରେ ଓସୱାନ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ, ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ମହିଳା ମାନଙ୍କୁ ସଶକ୍ତି କରଣ କରିବା ନିମନ୍ତେ ସରକାରଙ୍କ ଅଭିନବ ପ୍ରୟାସ ସୁଭଦ୍ରା ଯୋଜନାର ପଞ୍ଜୀକୃତ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାରେ ସୁଚାରରୁପେ ଆଗେଇ ଚାଲିଛି । ସରକାରଙ୍କ ବିଭିନ୍ନ ସୁଫଳ ପଦକ୍ଷେପ ମାଧ୍ୟମରେ ପଞ୍ଜିକରଣକୁ ସରଳ କରାଯାଇପାରିଛି ଯାହାଦ୍ଵାରା ଲୋକମାନେ ସୁବିଧାରେ ପଞ୍ଜୀକରଣ କରିପାରୁଛନ୍ତି । ସରକାରଙ୍କ ଦ୍ଵାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଓ. ଟି. ପି ଆଧାରିତ କିମ୍ବା ଇ-କେ. ୱାଇ. ସି କୁ ପ୍ରାଧାନ୍ୟ ଦିଆଯାଇ ନାହଁ । ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବରିଷ୍ଠ ଅଧିକାରୀମାନେ ଜିଲ୍ଲାରେ ଥିବା ସମସ୍ତ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଗୁଡିକ ପରିଦର୍ଶନ କରି ପଞ୍ଜୀକରଣ କାର୍ଯ୍ୟର ତଦାରଖ କରୁଛନ୍ତି । ଆଜି ଦିନ ୧୦ ଘଟିକା ସୁଧା ଜିଲ୍ଲାରେ ୨,୩୭,୮୦୭ ଜଣ ମହିଳା ହିତାଧିକାରୀ ପଞ୍ଜୀକରଣ କରିଛନ୍ତି, ତନ୍ମଧ୍ୟରୁ ବଡଚଣା ବ୍ଲକରେ ୨୮,୪୦୩, ବରି ବ୍ଲକରେ ୨୬,୦୪୨, ବିଞ୍ଝାରପୁର ବ୍ଲକରେ ୨୫,୦୧୩, ଧର୍ମଶାଳା ବ୍ଲକରେ ୨୯,୨୯୧, ଦାନଗଦି ବ୍ଲକରେ ୧୨,୨୨୭, ଦଶରଥପୁର ବ୍ଲକରେ ୩୧,୧୯୦, ଯାଜପୁର ବ୍ଲକରେ ୨୪,୪୯୦, କୋରେଇ ବ୍ଲକରେ ୧୯,୪୩୫, ରସୁଲପୁର ବ୍ଲକରେ ୨୫,୩୬୭, ସୁକିନ୍ଦା ବ୍ଲକରେ ୧୧,୮୭୫, ଯାଜପୁର ମୁନିସପାଲିଟିରେ ୨,୬୩୬ ଏବଂ ବ୍ୟାସନଗର ମୁନିସପାଲିଟିରେ ୧,୮୩୮ ଜଣ ମହିଳା ହିତାଧିକାରୀ ପଞ୍ଜୀକରଣ କରିଛନ୍ତି । ଜିଲ୍ଲାରେ ଆଜି ସୁଦ୍ଧା ୧,୯୪୯ ଟି ଫ୍ଲେକ୍ସ ବ୍ୟାନର ପ୍ରଦର୍ଶନ ସହିତ ୧୦,୫୬,୨୫୨ ଟି ଲିଫଲେଟ ବଣ୍ଟନ କରାଯାଇଛି ୨୫୧ ଟି ସ୍ଥାନରେ ୱାଲପେଣ୍ଟିଙ୍ଗ କରାଯିବା ସହିତ ୪,୨୭୦ ଟି ପୋଷ୍ଟର ଲଗାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଛି । ସେହିଭଳି ସମସ୍ତ ୧୦ ଟି ବ୍ଲକ ଓ ୨ ଟି ମୁନିସପ।ଲିଟିରେ ସୁଭଦ୍ରା ରଥ ପରିକ୍ରମଣ କରି ମହିଳା ହିତାଧିକାରୀମାନଙ୍କୁ ସଚେତନ କରାଯାଉଛି । ଜିଲ୍ଲାର ମୁଖ୍ୟ ସ୍ଥାନ ମାନଙ୍କରେ ହୋଡିଂ ଲଗାଯାଇଛି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ନବକୃଷ୍ଣ ଜେନା, ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ଅଶୋକ କୁମାର ବେହୁରିଆ, ଉପ୍ପ ଜିଲ୍ଲାପାଳ, ଯାଜପୁର, ଅଂଶୁମାନ ଶତପଥି ଓ ଡି.ପି.ସି ମିଶନ ଶକ୍ତି ଉପସ୍ଥିତ ଥିଲେ। ଆସନ୍ତା ୧୫ ତାରିଖ ପୂର୍ବାହ୍ନରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୭ ତାରିଖରେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଭୁବନେଶ୍ଵରଠାରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିବେ। ଜିଲ୍ଲାର ସମସ୍ତ ୧୦ ଟି ବ୍ଲକରେ ଏହି ଯୋଜନାର ଶୁଭାରମ୍ଭ ମହାସମାରୋହରେ ପାଳନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking