18.1 C
Bhubaneswar
Thursday, December 11, 2025
Homeଓଡିଶାବିଦ୍ୟୁତ ବିଭାଗ ସହିତ କୋରେଇ ବିଧାୟକଙ୍କ ସମୀକ୍ଷା ବୈଠକ

ବିଦ୍ୟୁତ ବିଭାଗ ସହିତ କୋରେଇ ବିଧାୟକଙ୍କ ସମୀକ୍ଷା ବୈଠକ

ଯାଜପୁର: ଆଜି ଦିବା ୩ ଘଟିକା ସମୟରେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ବ୍ୟାସନଗର ସ୍ଥିତ କାର୍ଯ୍ୟାଳୟରେ ଯାଜପୁର ରୋଡ ବିଦ୍ୟୁତ ବିଭାଗର ଉଚ୍ଚପଦସ୍ଥ ଅଫିସର ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଦ୍ୟୁତ ବିଭାଗ ଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ପ୍ରକଳ୍ପ, ନୂତନ ଭାବେ ତିଆରି ଚାଲିଥିବା ପ୍ରକଳ୍ପ, ଆଗାମୀ ଦିନରେ କେଉଁ କେଉଁ ପ୍ରକଳ୍ପର ଆବଶ୍ୟକତା ଅଛି ସେହି ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯାଇଥିଲା । କୋରେଇ ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ ସମସ୍ୟା, ଲୋ-ଭୋଲଟେଜ୍‌, ଅଧିକ ଟ୍ରାନ୍ସଫର୍ମର ବସାଇବା ପାଇଁ ବିଭିନ୍ନ ଆଲୋଚନା ହୋଇଥିଲା । ସାପଗଡିଆ ଠାରେ ଏକ ନୂତନ ଇଲେକ୍‌ଟ୍ରିକ୍ ଗ୍ରୀଡ୍ ସ୍ଥାପନ କରାଯିବା ପାଇଁ ସ୍ଥିର କରାଗଲା । ଲୋ-ଭୋଲ୍‌ଟେଜ୍ ଥିବା ସ୍ଥାନଗୁଡିକରେ ନୂତନ ଟ୍ରାନ୍ସଫର୍ମର ବସାଇ ତା’ର ସମାଧାନ ପାଇଁ ସ୍ଥିର କରାଗଲା । ବ୍ୟାସନଗର ପୌରପରିଷଦର ଅଣ୍ଡରଗ୍ରାଉଣ୍ଡ୍ କେବୁଲ୍ ମାଧ୍ୟମରେ ବିଦ୍ୟୁତ ଯୋଗାଇବା ପାଇଁ ଆଲୋଚନା କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ଶ୍ରୀ ଅନନ୍ତ ନାରାୟଣ ସେନାପତି, ଅଧିକ୍ଷଣ ଯନ୍ତ୍ରୀ, ଯାଜପୁର ରୋଡ, ପ୍ରମୋଦ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ, ଯାଜପୁର ରୋଡ, ପ୍ରିୟବ୍ରତ ନାୟକ, ଉପକଣ୍ଠ ଅଧିକାରୀ, ଯାଜପୁର ରୋଡ, ସୁବ୍ରତ ଚକ୍ର, ସହ-ନିର୍ବାହୀ ଯନ୍ତ୍ରୀ, ଯାଜପୁର ରୋଡ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking