29.1 C
Bhubaneswar
Tuesday, May 6, 2025
Homeଓଡିଶାରାଜ୍ୟରେ ଥିବା ହାଇ ଟେନ୍ସନ ଇଲେକ୍ଟ୍ରି ଲାଇନକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ରାଜ୍ୟରେ ଥିବା ହାଇ ଟେନ୍ସନ ଇଲେକ୍ଟ୍ରି ଲାଇନକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହାଇ ଟେନ୍ସନ ଲାଇନକୁ ନେଇ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ । ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପ୍ରକ୍ରିୟାକରଣ ଆଗେଇ ଚାଲିଛି । ବିପଦଜନକ ଭାବେ ଥିବା ବିଦ୍ୟୁତ ଲାଇନ ଗୁଡ଼ିକୁ ସ୍ଥାନ ପରିବର୍ତ୍ତନ ଏବଂ ଆବଶ୍ୟକ ସ୍ଥଳେ ବଦଳା ଯାଉଛି । ଏଥିସହିତ Right of Way (RoW) ବିଷୟରେ ଆଲୋଚନା କରାଯାଇଥିଲା ।

ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି), ଓପିଟିସିଏଲ, ରାଜ୍ୟର ଚାରିଗୋଟି ବିଦ୍ୟୁତ ଆବଣ୍ଟନ କମ୍ପାନୀ (Discoms)ର ଅଧିକାରୀବୃନ୍ଦ ସମୀକ୍ଷା ବୈଠକରେ ଯୋଗ ଦେଇ ନିଜ ନିଜର ପକ୍ଷ ଉପସ୍ଥାପନ କରିଥିଲେ । ଝାରସୁଗୁଡ଼ା ଭଳି ଜିଲ୍ଲାରେ ଉଡ଼ା ପାଉଁଶ ବା ଫ୍ଲାଏ ଆଶ୍ (fly ash) କୁ ନିୟନ୍ତ୍ରଣ କରିବା ପାଇଁ ବିଭାଗ ପକ୍ଷରୁ କରାଯାଇଥିବା ନିର୍ଦ୍ଦେଶାବଳୀ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଆଗାମୀ ବୈଠକରେ ଏହି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରାଯିବା ନେଇ ନିଷ୍ପତ୍ତି ନିଆଯିବ । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସିଏମଡି ଓପିଟିସିଏଲ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking