18.1 C
Bhubaneswar
Monday, February 9, 2026
Homeଓଡିଶାରାଜ୍ୟରେ ଥିବା ହାଇ ଟେନ୍ସନ ଇଲେକ୍ଟ୍ରି ଲାଇନକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ରାଜ୍ୟରେ ଥିବା ହାଇ ଟେନ୍ସନ ଇଲେକ୍ଟ୍ରି ଲାଇନକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହାଇ ଟେନ୍ସନ ଲାଇନକୁ ନେଇ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ । ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପ୍ରକ୍ରିୟାକରଣ ଆଗେଇ ଚାଲିଛି । ବିପଦଜନକ ଭାବେ ଥିବା ବିଦ୍ୟୁତ ଲାଇନ ଗୁଡ଼ିକୁ ସ୍ଥାନ ପରିବର୍ତ୍ତନ ଏବଂ ଆବଶ୍ୟକ ସ୍ଥଳେ ବଦଳା ଯାଉଛି । ଏଥିସହିତ Right of Way (RoW) ବିଷୟରେ ଆଲୋଚନା କରାଯାଇଥିଲା ।

ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି), ଓପିଟିସିଏଲ, ରାଜ୍ୟର ଚାରିଗୋଟି ବିଦ୍ୟୁତ ଆବଣ୍ଟନ କମ୍ପାନୀ (Discoms)ର ଅଧିକାରୀବୃନ୍ଦ ସମୀକ୍ଷା ବୈଠକରେ ଯୋଗ ଦେଇ ନିଜ ନିଜର ପକ୍ଷ ଉପସ୍ଥାପନ କରିଥିଲେ । ଝାରସୁଗୁଡ଼ା ଭଳି ଜିଲ୍ଲାରେ ଉଡ଼ା ପାଉଁଶ ବା ଫ୍ଲାଏ ଆଶ୍ (fly ash) କୁ ନିୟନ୍ତ୍ରଣ କରିବା ପାଇଁ ବିଭାଗ ପକ୍ଷରୁ କରାଯାଇଥିବା ନିର୍ଦ୍ଦେଶାବଳୀ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଆଗାମୀ ବୈଠକରେ ଏହି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରାଯିବା ନେଇ ନିଷ୍ପତ୍ତି ନିଆଯିବ । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସିଏମଡି ଓପିଟିସିଏଲ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking