ଭୁବନେଶ୍ୱର: ରାଜ୍ୟପାଳଙ୍କୁ ଭେଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜଭବନରେ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜଭବନରେ ମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି, କାହିଁକି ଅଚାନକ ଭେଟିଲେ ଜଣାପଡିନାହିଁ ।
ଗତକାଲି ଆଇନମନ୍ତ୍ରୀଙ୍କୁ ଭେଟିଥିଲେ ରାଜ୍ୟପାଳ । ହେବ କି ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସେନେଇ ଚର୍ଚ୍ଚା ବଢିଛି । ଗତକାଲି ରାଜ୍ୟପାଳଙ୍କ ସହିତ ପାଖାପାଖି ୩୦ ମିନିଟ ଧରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଥିଲେ । ଆଜିଦିଲ୍ଲୀ ଗସ୍ତରେ ମନମୋହନ ସାମଲ ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତରେ ରହିଛନ୍ତି । ପୁଣି ଥରେ ସଭାପତି ନିର୍ୱାଚିତ ହେବା ପରେ ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କିଛି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଏଥି ସହ ଦିଲ୍ଲୀରେ କିଛି ବରିଷ୍ଠ ନେତାଙ୍କ ସହ ମଧ୍ୟ ଆଲୋଚନା ହୋଇପାରେ । ୪ ଦିନିଆ ଗସ୍ତରେ ଯାଇଛନ୍ତି ମନମୋହନ ସାମଲ ଯାହା ସୂଚନା ମିଳିଛି ।
କୁହାଯାଉଛି ଯେ ଆଉ କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯାଇପାରନ୍ତି ବୋଲି ଆଶା କରାଯାଉଛି । ସୂଚନାଥାଉକି, କିଛିଦିନ ପୂର୍ୱରୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ମୋଦିଙ୍କ ସହ ଭେଟି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ କିଛି ଚର୍ଚ୍ଚା କରିଥାଇ ପାରନ୍ତି ବୋଲି ଆଶା କରାଯାଉଥିଲା । ରାଜ୍ୟର ଗୁରୁତ୍ୱପୂଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥାଇପାରେ ବୋଲି ମଧ୍ୟ କୁହାଯାଉଛି ।
ଅନ୍ୟପଟେ କିଛିଦିନ ତଳେ ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଥିଲେ । ଆହୁରି କହିଥିଲେ ବୋର୍ଡ ଓ ନିଗମ ନିଯୁକ୍ତି ନେଇ ତାଲିକା ପ୍ରସ୍ତୁତ ହୋଇଛି । ଆଉ କିଛି ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଯୁବକ ଓ ବରିଷ୍ଠଙ୍କ ସହ ସମନ୍ୱୟ ରଖି ଟିମ ଗଠନ ହେବ ।










