14.1 C
Bhubaneswar
Saturday, January 17, 2026
Homeଖେଳଅମ୍ପାୟାର୍ ଅଲୀମ୍ ଦାର୍‌ଙ୍କ ଅବସର

ଅମ୍ପାୟାର୍ ଅଲୀମ୍ ଦାର୍‌ଙ୍କ ଅବସର

ନୂଆଦିଲ୍ଲୀ: ପାକିସ୍ତାନର ମହାନ୍ ଅମ୍ପାୟାର୍ ତଥା ତିନିଥର ୱାର୍ଲ୍ଡ କ୍ରିକେଟ୍ ଅମ୍ପାୟାର୍ ଅଫ୍ ଦ ଇୟର୍ ପୁରସ୍କାର ଜିତିଥିôବା ଅଲୀମ ଦାର ଅବସର ଘୋଷଣା କରିଛନ୍ତି। ପାକିସ୍ତାନ ଘରୋଇ ସିଜନ୍ ପରେ ୨୦୨୫ରେ ସନ୍ନ୍ୟାସ ନେବେ ବୋଲି ସେ କହିଛନ୍ତି। ଅଲୀମ ଦାର ୨୦୦୩ରୁ ୨୦୨୩ ପର୍ଯ୍ୟନ୍ତ ଆଇସିସିର ଏଲିଟ୍ ଅମ୍ପାୟାର୍ ପ୍ୟାନେଲ୍‌ରେ ସାମିଲ ଥିଲେ। ଏବେ ସେ ପାକିସ୍ତାନ ଏଲିଟ୍ ପ୍ୟାନେଲ୍‌ରେ ଥିବାବେଳେ ଆଇସିସି ଅନ୍ତର୍ଜାତୀୟ ପ୍ୟାନେଲ୍‌ରେ ପାକିସ୍ତାନର ଚାରିଜଣ ଅମ୍ପାୟାର୍‌ଙ୍କ ମଧ୍ୟରେ ରହିଛନ୍ତି। ଦାର ସନ୍ନ୍ୟାସ ଘୋଷଣା ବେଳେ ଭାବପ୍ରବଣ ହୋଇପଡ଼ିଥିଲେ। ସେ ୧୯୮୬ରୁ ୧୯୯୮ ମଧ୍‌ରେ ୧୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୧୮ ଲିଷ୍ଟ-ଏ ମ୍ୟାଚ୍ ଖେଳିବା ପରେ ୧୯୯୯ରେ ପାକିସ୍ତାନ ଘରୋଇ ଟୁର୍ଣ୍ଣାମେଣ୍ଟ୍ କାୟଦେ ଆଜମ ଟ୍ରଫିରେ ପ୍ରଥମ ଶ୍ରେଣୀ ଅମ୍ପାୟାରିଂରେ ପାଦ ଦେଇଥିଲେ।

ଅମ୍ପାୟାରିଂ କ୍ୟାରିୟର୍ ମଧ୍ୟରେ ଅଲୀମ ଦାର ବର୍ତ୍ତମାନ ସୁଦ୍ଧା ୧୪୫ ଟେଷ୍ଟ, ୨୩୧ ଦିନିକିଆ, ୭୨ ଟି-୨୦, ପାଞ୍ଚ ମହିଳା ଟି-୨୦, ୧୮୧ ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୨୮୨ ଲିଷ୍ଟ-ଏ’ ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି। ପେସାଦାର ଏବଂ ସମ୍ମାନଜନକ ବ୍ୟବହାର ତାଙ୍କୁ ବେଶ୍ ଲୋକପ୍ରିୟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking