26.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶରୋମାନିଆରେ ବଢୁଛି ଶ୍ୱାସକ୍ରିୟା ଜନିତ ସଂକ୍ରମଣ: ଗୋଟିଏ ସପ୍ତାହରେ ୮ ମୃତ, ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ରୋମାନିଆରେ ବଢୁଛି ଶ୍ୱାସକ୍ରିୟା ଜନିତ ସଂକ୍ରମଣ: ଗୋଟିଏ ସପ୍ତାହରେ ୮ ମୃତ, ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ରୋମାନିଆ: ଚଳିତ ମାସ ଜାନୁଆରୀ ୨୦ରୁ ୨୬ ମଧ୍ୟରେ ରୋମାନିଆରେ ୧ ଲକ୍ଷ ୩୩ ହଜାର ୬୩୫ ଜଣ ତୀବ୍ର ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ ପୀଡିତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବା ୮ ଜଣଙ୍କ ମୃତ୍ୟୁ ହୋଇସାରିଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍ ରିପୋର୍ଟ ଅନୁଯାୟୀ, ପୂର୍ବ ସପ୍ତାହ ତୁଳନାରେ ଏହା ୬.୫% ବୃଦ୍ଧି ପାଇ ଚଳିତ ଋତୁରେ ମୋଟ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। କ୍ଲିନିକାଲ ଇନଫ୍ଲୁଏଞ୍ଜା ସଂକ୍ରମଣ ମଧ୍ୟ ୧୦ ହଜାର ୯୫୦କୁ ବୃଦ୍ଧି ପାଇଛି, ଯାହା ପୂର୍ବ ସପ୍ତାହରେ ୬ ହଜାର ୯୯୪ ଥିଲା। ବଢୁଥିବା ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ରୋମାନିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପିଡେମିଓଲୋଜିକାଲ ଆଲର୍ଟ ଘୋଷଣା କରିଛି, ଯେଉଁଥିରେ ବିଦ୍ୟାଳୟଗୁଡିକରେ ପ୍ରତିଷେଧକ ପଦକ୍ଷେପ ଏବଂ ଟିକାକରଣ ପ୍ରୟାସକୁ ସୁଦୃଢ଼ କରିବାକୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking