24.1 C
Bhubaneswar
Friday, March 7, 2025
Homeଦେଶ ବିଦେଶରୋମାନିଆରେ ବଢୁଛି ଶ୍ୱାସକ୍ରିୟା ଜନିତ ସଂକ୍ରମଣ: ଗୋଟିଏ ସପ୍ତାହରେ ୮ ମୃତ, ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ରୋମାନିଆରେ ବଢୁଛି ଶ୍ୱାସକ୍ରିୟା ଜନିତ ସଂକ୍ରମଣ: ଗୋଟିଏ ସପ୍ତାହରେ ୮ ମୃତ, ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ରୋମାନିଆ: ଚଳିତ ମାସ ଜାନୁଆରୀ ୨୦ରୁ ୨୬ ମଧ୍ୟରେ ରୋମାନିଆରେ ୧ ଲକ୍ଷ ୩୩ ହଜାର ୬୩୫ ଜଣ ତୀବ୍ର ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ ପୀଡିତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବା ୮ ଜଣଙ୍କ ମୃତ୍ୟୁ ହୋଇସାରିଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍ ରିପୋର୍ଟ ଅନୁଯାୟୀ, ପୂର୍ବ ସପ୍ତାହ ତୁଳନାରେ ଏହା ୬.୫% ବୃଦ୍ଧି ପାଇ ଚଳିତ ଋତୁରେ ମୋଟ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। କ୍ଲିନିକାଲ ଇନଫ୍ଲୁଏଞ୍ଜା ସଂକ୍ରମଣ ମଧ୍ୟ ୧୦ ହଜାର ୯୫୦କୁ ବୃଦ୍ଧି ପାଇଛି, ଯାହା ପୂର୍ବ ସପ୍ତାହରେ ୬ ହଜାର ୯୯୪ ଥିଲା। ବଢୁଥିବା ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ରୋମାନିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପିଡେମିଓଲୋଜିକାଲ ଆଲର୍ଟ ଘୋଷଣା କରିଛି, ଯେଉଁଥିରେ ବିଦ୍ୟାଳୟଗୁଡିକରେ ପ୍ରତିଷେଧକ ପଦକ୍ଷେପ ଏବଂ ଟିକାକରଣ ପ୍ରୟାସକୁ ସୁଦୃଢ଼ କରିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking