32.1 C
Bhubaneswar
Wednesday, September 18, 2024
Homeଖେଳବିସିବି ଡାଇରେକ୍ଟର ଖଲିଦ୍ ମହମୁଦଙ୍କ ଇସ୍ତଫା

ବିସିବି ଡାଇରେକ୍ଟର ଖଲିଦ୍ ମହମୁଦଙ୍କ ଇସ୍ତଫା

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ଟିମ୍ ଭାରତ ଗସ୍ତରେ ଆସି ଚଳିତ ମାସ ୧୯ ତାରିଖରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳିବା କାର୍ଯ୍ୟକ୍ରମ ରହିଛି । ମାତ୍ର ଏହା ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ରେ ହଡ଼କମ୍ପ ସୃଷ୍ଟି ହୋଇଛି । ବୋର୍ଡ ଡାଇରେକ୍ଟର ଖଲିଦ୍ ମହମୁଦ୍‌ଙ୍କ ସମେତ ଚାରିଜଣ ପଦାଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ବାଂଲାଦେଶ କ୍ରିକେଟ୍ ଟିମ୍‌ର ପୂର୍ବତନ ସଦସ୍ୟ ତଥା କିଛି ସମୟ ପାଇଁ ଟିମ୍‌ର ଅନ୍ତରୀଣ କୋଚ୍ ଥିବା ଖଲିଦ ମହମୁଦ୍ ୨୦୧୩ରେ ଗାଜି ଅଶରଫ୍‌ଙ୍କ ବିପକ୍ଷରେ ନିର୍ବାଚନ ଜିତିବା ପରେ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । କ୍ରିକ୍‌ବଜ୍ ଖବର ଅନୁସାରେ ଲଗାତାର ତୃତୀୟ ଥର ଡାଇରେକ୍ଟର ଦାୟିତ୍ୱରେ ଥିବା ଖଲିଦ୍ ଦେଶରେ ରାଜନୈତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବର୍ତ୍ତମାନର କାର୍ଯ୍ୟକାଳ ପୂରଣ ପୂର୍ବରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମହମୁଦ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଂଲାଦେଶ କ୍ରିକେଟ୍ ବୋର୍ଡ ପାଇଁ ଗେମ୍ ଡେଭେଲପ୍‌ମେଣ୍ଟ୍ ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ବାଂଲାଦେଶ ଅଣ୍ଡର-୧୯ ଟିମ୍ ୨୦୨୦ରେ ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ମଧ୍ୟ ନିଜ ନାମରେ କରିଥିଲା । ଖଲିଦ ମହମୁଦଙ୍କ ବ୍ୟତୀତ ବିସିବିରୁ ଇସ୍ତଫା ଦେଇଥିôବା ଅନ୍ୟମାନଙ୍କ ମଧ୍ୟରେ ଜଲାଲ ୟୁନୁସ୍‌, ଶଫିଉଲ୍ ଆଲମ୍ ଚୌଧୁରୀ ଏବଂ ନଇମୁର୍ ରହମାନଙ୍କ ନାମ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking