27.1 C
Bhubaneswar
Wednesday, April 8, 2026
Homeଦେଶ ବିଦେଶରାସ୍ତା ଉପରେ ମାଗଣା ଓପିଡି ସେବା ଦେବେ ରେସିଡେଣ୍ଟ ଡାକ୍ତର

ରାସ୍ତା ଉପରେ ମାଗଣା ଓପିଡି ସେବା ଦେବେ ରେସିଡେଣ୍ଟ ଡାକ୍ତର

ନୂଆଦିଲ୍ଲୀ : ଆଜିଠୁ ରାସ୍ତା ଉପରେ ହେବ ରୋଗୀ ସେବା। ରାସ୍ତା ଉପରେ ମାଗଣା ଓପିଡି ସେବା ଦେବେ ରେସିଡେଣ୍ଟ ଡାକ୍ତର। ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନ ମିଳିବା ଯାଏଁ ରାସ୍ତାରେ ଓପିଡି ସେବା ଜାରି ରହିବ। କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଏଭଳି କିଛି ଅଭିନଭ ପ୍ରତିବାଦ କରିଛନ୍ତି। ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହୋଉଛି। ସମଗ୍ର ଦେଶରେ ଏହି ଘଟଣାକୁ ନେଇ ଅସନ୍ତୋଷ ଜାରି ରହିଛି। ସିବିଆଇ ପୂରା ମାମଲାର ତଦନ୍ତ ଜାରି ରଖିଛି। ସୁପ୍ରିମକୋର୍ଟ ମଧ୍ୟ ଏଥିରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି।ଏପଟେ ରେସିଡେଣ୍ଟ ଡାକ୍ତରଙ୍କ ଧର୍ମଘଟ ଆଜି ୮ମ ଦିନରେ ପହଞ୍ଚିଛି। ଦେଶର ଅନେକ ବଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି। ଆଜିଠାରୁ ଦିଲ୍ଲୀର AIIMS ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ରେସିଡେଣ୍ଟ ଡାକ୍ତରମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାହାରେ ରାସ୍ତାରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବେ ବୋଲି ଏକ ପ୍ରେସ୍‌ ରିଲିଜ ମାଧ୍ୟରେ ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking