27.1 C
Bhubaneswar
Saturday, September 28, 2024
Homeଓଡିଶାଓଏଏସ୍ ସ୍ତରରେ ଅଦଳ ବଦଳ

ଓଏଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ…
୧) ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ମଧୁମିତା ରଥ ନିଜ ଦାୟିତ୍ୱ ସହ ‘ଉତ୍କଳିକା’ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ।
୨) ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର କରାଯାଇଛି । ଏବେ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅଛନ୍ତି । କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି ପରଠୁ ଏହି ପଦବୀ ଖାଲି ପଡ଼ିଥିଲା ।
୩) କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ ଅତିରିକ୍ତ କମିଶନର କରାଯାଇଛି । ସେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କର ପ୍ରାଇଭେଟ ସେକ୍ରେଟାରୀ ଥିଲେ ।
୪) ପ୍ରଦୀପ କୁମାର ରାଉତଙ୍କୁ ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।
୫) ପୂର୍ବତନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି ।
୬) କେନ୍ଦୁଝରର ପୂର୍ବତନ ଅତିରିକ୍ତ ଡିଏମ୍ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି ।
୭) କନ୍ଧମାଳ ଜିଲ୍ଲା ପରିଷଦର ସିଡିଓ-କମ୍‌-ଇଓ ଥିବା ରତ୍ନାକର ସାହୁଙ୍କୁ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍ ଭାବେ ବଦଳି କରାଯାଇଛି ।
୭) ଯାଜପୁର ଜିଲ୍ଲା କଳିଙ୍ଗନଗରର ଏଡିଏମ୍ ଥିବା ଲଙ୍କେଶ୍ୱର ଅମାତଙ୍କୁ ଭଦ୍ରକ ଏଡିଏମ୍ ଭାବେ ବଦଳି କରାଯାଇଛି ।
୮) ସୁନ୍ଦରଗଡ଼ ଜିଲ୍ଲା ବଣାଇର ତହସିଲଦାର ଥିବା ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର ଭାବେ କଟକକୁ ବଦଳି କରାଯାଇଛି।
୯) ମୟୂରଭଞ୍ଜ ଏଡିଏମ୍ ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୋଳ ଏଡିଏମ୍ ଭାବେ ବଦଳି କରାଯାଇଛି ।
୧୦) କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଦରିଦ୍ରଭଞ୍ଜ ଏମ୍ ଏମ୍ ପାତ୍ରଙ୍କୁ ବାଲେଶ୍ୱର-ମୟୂରଭଞ୍ଜ ମେଜର ସେଟେଲମେଣ୍ଟର ସେଟେଲମେଣ୍ଟ ଅଫିସର ଭାବେ ବାରିପଦାକୁ ବଦଳି କରାଯାଇଛି ।
୧୧) ଭୁବନେଶ୍ୱର ସ୍ଥିତ ସିଡିଆଇ ଅଫିସରେ ଏସ୍‌ଆର (ଜେନେରାଲ) ଭାବେ କାର୍ଯ୍ୟ କରୁଥିବା ଦିପ୍ତୀରଞ୍ଜନ ବେହେରାଙ୍କୁ ପୂର୍ତ୍ତ ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ।
୧୨) ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ନିରଞ୍ଜନ ବେହେରାଙ୍କୁ ଜଗତସିଂହପୁରର ପାରାଦୀପର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ଭାବେ ବଦଳି କରାଯାଇଛି ।
୧୩) ପାରାଦୀପରେ ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ ଭାବେ କାର୍ଯ୍ୟ କରୁଥିବା ଲଳିତ ମୋହନ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ପରିଷଦର ସିଡିଓ-କମ୍‌-ଇଓ ଭାବେ ବଦଳି କରାଯାଇଛି ।
୧୪) ଓସେପାର ଯୁଗ୍ମ ନିର୍ଦ୍ଦେଶକ ଥିବା ସରୋଜ କୁମାର ବେହେରାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ।
୧୫) ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍ ଥିବା ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ।
୧୬) ରାଇରଙ୍ଗପୁରର ପୂର୍ବତନ ସବ୍‌-କଲେକ୍ଟର ସରୋଜ କୁମାର ଦାଶଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି ।
୧୭) ଏହା ସହିତ ସେ ପୂର୍ବଭଳି ଓୟୁଆଇଡିଏଫ୍‌ର ଏଓ ଭାବେ ଅତିରିକ୍ତ ଦାୟତ୍ୱ ତୁଲାଇବେ ।
୧୮) କେନ୍ଦୁଝର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ।
୧୯) ବଣାଇର ପୂର୍ବତନ ସବ୍‌-କଲେକ୍ଟର ସୂରଞ୍ଜନ କୁମାର ସାହୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ସିଡିଓ-କମ୍‌-ଇଓ ଭାବେ ବଦଳି କରାଯାଇଛି । ୨୦) ପୂର୍ବତନ ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶମ୍ଭୁନାଥ ନନ୍ଦିଙ୍କୁ କନ୍ଧମାଳ ଜିଲ୍ଲା ପରିଷଦର ସିଡିଓ-କମ୍‌-ଇଓ ଭାବେ ନିଯୁକ୍ତ କରାଯାଇଛି ।
୨୧) କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ସବ୍‌-କଲେକ୍ଟର ସଂଯୁକ୍ତା ମାଝୀଙ୍କୁ ରାୟଗଡ଼ାର ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍ ଭାବେ ନିଯୁକ୍ତି ଦିଆଯାଇଛି।
୨୨) କେନ୍ଦୁଝରର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ଲଳିତ ସୋରେଙ୍ଗଙ୍କୁ ଝାରସୁଗୁଡ଼ା ପିଡି (ଆର୍ ଆଣ୍ଡ ଆର) ଭାବେ ନିଯୁକ୍ତି ଦିଆଯାଇଛି ।
୨୩) ଢେଙ୍କାନାଳ ସବ୍‌-କଲେକ୍ଟର ସପନ କୁମାର ନନ୍ଦଙ୍କୁ ଯାଜପୁରର କଳିଙ୍ଗନଗର ଏଡିଏମ୍ ବା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ୨୪) ଓଡ଼ିଶା ଅର୍ବାନ ଇନଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ଫଣ୍ଡର ଏଓ ତଥା ଜାଗା ମିଶନ ଓଏସ୍‌ଡି ଥିବା ସଞ୍ଜୟ କୁମାର ରାଉତଙ୍କୁ ଓଡ଼ିଶା ଷ୍ଟେଟ ବେଭେରେଜ୍ କର୍ପୋରେସନ (ଓଏସ୍‌ବିସି)ର ମହାପ୍ରବନ୍ଧକ ଭାବେ ବଦଳି କରାଯାଇଛି ।
୨୫) ବାଲେଶ୍ୱରର ଅତିରିକ୍ତ ସବ୍‌-କଲେକ୍ଟର ଶୁଭଶ୍ରୀ ରଥଙ୍କୁ ନୀଳଗିରି ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି ।
୨୬) ତାଳଚେରର ପୂର୍ବତନ ସବ୍‌-କଲେକ୍ଟର ମନୋଜ କୁମାର ତ୍ରିପାଠୀଙ୍କୁ ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଭାବେ ବଦଳି କରାଯାଇଛି ।

୨୭) ବରଗଡ଼ ଜିଲ୍ଲା ପଦ୍ମପୁରର ପୂର୍ବତନ ସବ୍‌-କଲେକ୍ଟର ଆଲୋକ କୁମାର ପଟେଲଙ୍କୁ ବଲାଙ୍ଗିର ସବ୍‌-କଲେକ୍ଟର
୨୮) ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଭାବେ କାର୍ଯ୍ୟ କରୁଥିବା ଦିଲ୍ଲୀପ କୁମାର ବେହେରାଙ୍କୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି ।
୨୯) କଟକ ଜିଲ୍ଲା ଆଠଗଡ଼ ପୂର୍ବତନ ସବ୍‌-କଲେକ୍ଟର ପ୍ରଶାନ୍ତ କୁମାର ତରାଇଙ୍କୁ ଜଗତସିଂହପୁର ସବ୍‌-କଲେକ୍ଟର ଭାବେ ନିଯୁକ୍ତି ମିଳିଛି ।

୩୦) ଜୟପୁରର ପୂର୍ବତନ ସବ୍‌-କଲେକ୍ଟର ପ୍ରଭାତ କୁମାର ପରିଡ଼ାଙ୍କୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସବ୍‌-କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି।
୩୧) ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ପ୍ରସନ୍ନ କୁମାର ପଣ୍ଡାଙ୍କୁ ବରଗଡ଼ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି ।

୩୨) ଜଗତସିଂହପୁର ଅତିରିକ୍ତ ସବ୍‌-କଲେକ୍ଟର ବିଭୂତି ଗଡ଼ନାଏକଙ୍କୁ ଢେଙ୍କାନାଳ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି ।
୩୩) ବ୍ରହ୍ମପୁର ଅତିରିକ୍ତ ସବ୍‌-କଲେକ୍ଟର ଗୌରବମୟ ପ୍ରଧାନଙ୍କୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି ।

୩୪) ବାରିପଦା ଆଇଟିଡିଏ ପିଏ ଥିବା ପ୍ରଣୟ ରଞ୍ଜନ ବେହେରାଙ୍କୁ କେନ୍ଦୁଝର ପୌରପାଳିକାର କାର୍ଯ୍ୟନିବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking