ଭୁବନେଶ୍ୱର: ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରେସମିଟ କରି ସୂଚନା ଦେଇଛନ୍ତି । କହିଛନ୍ତି, ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରୁନୁ । ସଂରକ୍ଷଣ ଦେଇ ସରକାର ଭଣ୍ଡାଇଦେଇଛନ୍ତି । ମେଡିକାଲ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ହେଉ । ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଆମର ଦାବି । ଆମର ଦାବି ପୂରଣ ନହେଲେ ଆନ୍ଦୋଳନ ହେବ । ବିଧାନସଭାଠାରୁ ରାଜରାସ୍ତା ଯାଏଁ ଆନ୍ଦୋଳନ ହେବ ।