ଭୁବନେଶ୍ୱର: ଶଙ୍ଖଭବନରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ବିଜେଡି ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ବିଜେଡିର ବରିଷ୍ଠ ନେତା , ଯୁବ ନେତା ଏବଂ କର୍ମୀମାନେ ଉପସ୍ଥିତ ରହିଥିଲେ।ଅନ୍ୟପଟେ ବିଜେପି କାର୍ଯ୍ୟାଳୟରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ,ବିଜେପି ନେତା ଜଗନ୍ନାଥ ପଧାନ, ଅରବିନ୍ଦ ଢାଲି , ପ୍ରିୟଦର୍ଶୀ ମିଶ୍ର ଏବଂ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । କର୍ମୀଙ୍କୁ ଉଦବୋଧନ ଦେବା ସହିତ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।










