27.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଆଇସ୍କ୍ରିମ୍ରୁ ବାହାରିଥିବା ମଣିଷ ଆଙ୍ଗୁଠିର ଆସିଲା ରିପୋର୍ଟ

ଆଇସ୍କ୍ରିମ୍ରୁ ବାହାରିଥିବା ମଣିଷ ଆଙ୍ଗୁଠିର ଆସିଲା ରିପୋର୍ଟ

ମୁମ୍ବାଇ: କିଛି ଦିନ ପୁର୍ବରୁ ମୁମ୍ବାଇର ଜଣେ ଡାକ୍ତର ଅନ୍‌ଲାଇନ୍‌ରୁ ବରାଦ କରିଥିବା ଏକ ଆଇସ୍‌କ୍ରିମ୍‌ କୋନ୍‌ରୁ ମାନବ ଆଙ୍ଗୁଠିର ଏକ ଅଂଶ ପାଇଥିଲେ । ଏହାର ସତ୍ୟତା ଜାଣିବା ପାଇଁ ଫରେନ୍ସିକ୍‌ ଟେଷ୍ଟ୍‌ ପାଇଁ ପଠାଯାଇଥିଲା । ତେବେ ଆଜି ତାହାର ରିପୋର୍ଟ ଆସିଛି। ଜାଣିବାକୁ ମିଳିଛି ଯେ ଆଇସ୍‌କ୍ରିମ୍‌ରୁ ସତରେ ଆଙ୍ଗୁଠି ବାହାରିଥିଲା। କାରଖାନାରେ କାମ କରୁଥିବା ଜଣେ କର୍ମଚାରାୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେହି ଦୁର୍ଘଟଣାରେ କର୍ମଚାରୀଙ୍କ ଆଙ୍ଗୁଠି କଟି ଯାଇଥିଲା, ଯାହାକି ଆଇସ୍‌କ୍ରିମ୍‌ରୁ ବାହାରିଥିଲା। ୟୋମୋ ଆଇସ୍‌କ୍ରିମ୍‌ର ପୁଣେ କାରଖାନାର ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ କରିବା ପରେ ସତ୍ୟାସତ୍ୟ ଜାଣିବାକୁ ମିଳିଛି। ପୂର୍ବରୁ ପୁଲିସ୍‌ ଏହି ମାମଲାର ତଦନ୍ତ କରି କର୍ମଚାରୀମାନଙ୍କ ଡିଏନ୍‌ଏ ନମୁନା ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟୋରିକୁ ପଠାଇଥିଲା। ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷ ବୟସ୍କା ଅଭିଯୋଗକାରୀ ୟାମୋ କମ୍ପାନିର ଏକ ବଟରସ୍କଚ୍‌ ଆଇସ୍କ୍ରିମ୍ କୋନ୍‌ ବରାଦ ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଆଇସ୍କ୍ରିମ୍ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ ଆଙ୍ଗୁଠି ଦେଖିବାକୁ ପାଇଥିଲେ। ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ। ସେ ସମୟରେ ପୁଲିସ୍ କହିଥିଲା କି ମାନବଙ୍କ ଆଙ୍ଗୁଠିର ଖଣ୍ଡ ବୋଲି ସନ୍ଦେହ କରାଯାଉଥିବା ମାଂସ ଖଣ୍ଡକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ୍‌ ସୂଚନା ପ୍ରଦାନ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking