ପୁରୀ : ଆସନ୍ତାକାଲିଠାରୁ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟକ୍ରମ । ଭିତର ରତ୍ନଭଣ୍ଡାର ଏବଂ ବାହାର ରତ୍ନଭଣ୍ଡାରର ଚୂନ ଛଡାଇ ଦିଆସାରିଛି । ଚୂନ ଛଡାଯିବା ପରେ ପଥରର ପୃଷ୍ଠ ଏବେ ଦେଖାଗଲାଣି । ଅନେକ ପଥରର ଫାଟ ରହିଛି । ପଥର ପଥର ଭିତରେ ଲୁହା ଛଡରେ ଜଏଣ୍ଟ କରାଯାଇଥିବାରୁ ଲୁହା ଛଡ ଫୁଲିବା ଯୋଗୁଁ ପଥରରେ ଫାଟ ହୋଇଛି । ଫାଟ ଯୋଗୁଁ ସମସ୍ତ ପଥର ପରିବର୍ତ୍ତନ କରାଯିବ ପରେ ଲୁହାବିମ ଗୁଡିକ କଳଙ୍କି ଲାଗିଯାଇଥିବାରୁ ଜଗମୋହନ ବଳି ଷ୍ଟିଲ ବିମ ଲଗାଯିବ । ଭିତର ରତ୍ନ ଭଣ୍ଡାର ଏବଂ ବାହାର ରତ୍ନ ଭଣ୍ଡାର ସଂରକ୍ଷଣ କାଯ୍ୟ ଶେଷ ପରେ ବାହାର ପଟ ମରାମତି କରାଯିବ ।