26.1 C
Bhubaneswar
Friday, March 27, 2026
Homeଓଡିଶାଜାତୀୟ ଶିକ୍ଷା ନୀତି ପାଇଁ ଟାସ୍କ ଫୋର୍ସ ପୁନର୍ଗଠନ

ଜାତୀୟ ଶିକ୍ଷା ନୀତି ପାଇଁ ଟାସ୍କ ଫୋର୍ସ ପୁନର୍ଗଠନ

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ପାଇଁ ତତ୍ପରତା। କାର୍ଯ୍ୟକାରିତା ପାଇଁ ଟାସ୍କ ଫୋର୍ସକୁ ପୁନର୍ଗଠନ କଲେ ରାଜ୍ୟ ସରକାର। ରାଜ୍ୟରେ କିପରି ଲାଗୁ ହେବ ପରାମର୍ଶ ଦେବ ପନର୍ଗଠିତ ଟାସ୍କ ଫୋର୍ସ। ପନର୍ଗଠିତ ଟାସ୍କ ଫୋର୍ସରେ ସ୍ଥାନ ପାଇଲେ ୧୩ ସଦସ୍ୟ। ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ନେଇ ପରାମର୍ଶ ଦେବେ ଟାସ୍କ ଫୋର୍ସ। ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁସାରେ….

୧) ଉନ୍ନୟନ କମିଶନର ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ
୨) ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ
୩) ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ
୪) ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ
୫) ଅର୍ଥ ବିଭାଗର ପ୍ରମୁଖ ସଚିବ
୬) ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ
୭) ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ
୮) କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ
୯) ଉଚ୍ଚଶିକ୍ଷା ବିଭାଗର ସଚିବ
୧୦) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ
୧୧) ଟିଇ ଏବଂ ଏସ୍‌ସିଇଆର୍‌ଟି ( ନୋଡାଲ୍ ଅଫିସ,ର୍ ନ୍ୟାସନାଲ୍ ଶିକ୍ଷା ନୀତି, ୨୦୨୦)
୧୨) ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଇଆଇ)
୧୩) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ

ଏହି ଟାସ୍କଫୋର୍ସରେ ଏକ୍ସପର୍ଟ ସଦସ୍ୟ ଭାବେ ୟୁନିସେଫ, ସେଂଟ୍ରାଲ ସ୍କୋୟାର ଫାଉଣ୍ଡେସନ, ଅକ୍ଷର ଫାଉଣ୍ଡେସନ, ଲାଙ୍ଗୁଏଜ୍ ଲର୍ଣ୍ଣିଂ ଫାଉଣ୍ଡେସନ, ପ୍ରଥମର ପ୍ରତିନିଧିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ମନୋନୀତ ସଦସ୍ୟ ମଧ୍ୟ ରହିବେ । ସେହିପରି ଜାତୀୟ ଶିକ୍ଷାନୀତି-୨୦୨୦ର ବିଭିନ୍ନ ଉପାଦାନକୁ ଅନୁଧ୍ୟାନ ପାଇଁ ୬ଟି ଥିମେଟିକ୍ ସବକମିଟି ମଧ୍ୟ ଗଠନ କରାଯାଇଛି । ଏହି ସବକମିଟିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତମାନଙ୍କୁ ସାମିଲ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking