ପୁରୀ : ଚାଲିଛି ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି । ଚୂନ ଛଡ଼ାଇବା ଓ ଡି ପ୍ଲାଷ୍ଟରିଂ କାର୍ଯ୍ୟ ସରିଛି। ପଥର ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଭର୍ଟିକାଲ କ୍ରାକ୍ସ ବା କାନ୍ଥ ମରାମତି କାର୍ଯ୍ୟ ହେବ। ଚଟାଣରେ ରହିଥିବା ଫାଟ ଓ ମୂଷା ଗାତ ମରାମତି କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି.ଗଡ଼ନାୟକ। କେମିକାଲ ଟ୍ରିଟମେଣ୍ଟ ବା ପ୍ରିଜରଭେଶନ କାମ ପାଇଁ ବୈଜ୍ଞାନିକ ଡ. ପଣ୍ଡା ଆସି ନିରୀକ୍ଷଣ କରି ସାରିଛନ୍ତି। ପଥର ମରାମତି ପାଇଁ ମଧ୍ୟ ଆକଳନ ସରିଛି । କଞ୍ଜରଭେସନ ଓ ପଏଣ୍ଟିଂ କାମ ସରିବା ପରେ ତ୍ୱରାନ୍ୱିତ ହେବ ଅନ୍ୟାନ୍ୟ ମରାମତି କାର୍ଯ୍ୟ ।