30.1 C
Bhubaneswar
Saturday, October 5, 2024
Homeଓଡିଶାନାମ ପରିବର୍ତ୍ତନ ବିତର୍କକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍

ନାମ ପରିବର୍ତ୍ତନ ବିତର୍କକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍

ଭୁବନେଶ୍ୱର: ରେଭେନସା ବିଶ୍ଵବିଦ୍ୟାଳୟ ର ନାମ ପରିବର୍ତ୍ତନ ବିବାଦକୁ ନେଇ ଆଜି ଓଡ଼ିଶାର ରାଜ୍ୟପାଳ ଙ୍କ ଦ୍ବାରସ୍ଥ ହୋଇଛି ରେଭେନ୍ସା ହେରିଟେଜ ଫୋରମ୍ l ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଡକ୍ଟର ଅରବିନ୍ଦ ବେହେରା, ଶ୍ରୀମତୀ ଅର୍ଚ୍ଚନା ନାୟକ, ସୁଦର୍ଶନ ଦାସ, ବଦ୍ରି ନାରାୟଣ ମହାନ୍ତି, ସନ୍ତୋଷ ସେଠୀ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଫୋରମ୍ ପକ୍ଷରୁ ମାନ୍ୟବର ରାଜ୍ୟପାଳ ଙ୍କୁ ଭେଟିଛନ୍ତି l ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହଁ ଏବଂ ଏହାକୁ ନେଇ ଚାଲିଥିବା ବିତର୍କ ଦୁର୍ଭାଗ୍ୟ ଜନକ ବୋଲି ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ଙ୍କୁ କହିଥିଲେ l ବିତର୍କ ନାମରେ ଓଡ଼ିଆ ଜାତିର ଇତିହାସ କୁ କିଭଳି କଦର୍ଥ ଓ ବିକୃତ କରାଯାଉଛି, ସେ ବିଷୟରେ ରାଜ୍ୟପାଳ ଙ୍କୁ ଅବଗତ କରାଇଥିଲେ l ରେଭେନସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ପରିବର୍ତ୍ତେ ତକୁ କିଭଳି ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ରେ ପରିଣତ କରାଯାଇ ପାରିବ ସେଥିପ୍ରତି ରାଜ୍ୟପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହା ସହିତ ସମଗ୍ର ରାଜ୍ୟରେ ପ୍ରାଥମିକ ଶିକ୍ଷା ଠୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ କିଭଳି ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଛି ତାକୁ ଅବତାରଣା କରିବା ସହିତ ଏହାର ସୁଧାର ପାଇଁ ରାଜ୍ୟପାଳ ଙ୍କୁ ପ୍ରତିନିଧି ଦଳ ନିବେଦନ କରିଛନ୍ତି l

ରେଭେନ୍ସା ମହାବିଦ୍ୟାଳୟ / ବିଶ୍ୱବିଦ୍ୟାଳୟ ଓଡିଶା ଜାତିର ଗର୍ବ ଓ ଗୈାରବ । ଏହା ଏକ ଐ୍ୟତିହ୍ୟ ଅନୁଷ୍ଠାନ । ଓଡିଶା ଜାତିର ଅସ୍ମିତାର ଏହା ଏକ ନିଦର୍ଶନ । ଏହାର ନାମ ପରିବର୍ତ୍ତନ ପ୍ରସ୍ତାବ ଦୁର୍ଭାଗ୍ୟ ଜନକ ଓ ଏଥିରୁ ସମସ୍ତେ କ୍ଷାନ୍ତ ହେବା ଉଚିତ ବୋଲି ଡଃ ଅରବିନ୍ଦ ବେହେରା ରାଜ୍ୟପାଳଙ୍କୁ କହିବା ସହିତ ଏହାକୁ ନେଇ ଚାଲିଥିବା ବିତର୍କର ଅବସାନ ଘଟାଇବା ପାଇଁ ସେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଥିଲେ ।

ରାଜ୍ୟପାଳଙ୍କ ସହିତ ସାକ୍ଷାତ ଆଲୋଚନା ଖୁବ୍ ସୌହlର୍ଦ୍ୟପୂର୍ଣ୍ଣ ଥିଲା ବୋଲି ହେରିଟେଜ ଫୋରମ୍ ର ସଂଯୋଜକ ଶ୍ରୀ ସୁଦର୍ଶନ ଦାସ ଜଣାଇଛନ୍ତି l ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିଷୟରେ “ବ୍ୟସ୍ତ ହେବାର କୌଣସି କାରଣ ନାହିଁ” ବୋଲି ରାଜ୍ୟପାଳ ପ୍ରତିନିଧି ମଣ୍ଡଳୀ କୁ ଆଶ୍ଵାସନା ଦେଇଛନ୍ତି l ସେହି ପରି ରେଭେନସା ବିଶ୍ଵବିଦ୍ୟାଳୟ ଓ ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷା ର ମାନ ବୃଦ୍ଧି ପାଇଁ ସେ ଶିକ୍ଷା ବିଭାଗ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ଦାସ ଜଣାଇଛନ୍ତି l

ପ୍ରକାଶ ଥାଉ କି ଗତ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇ ବିତର୍କ କୁ ଆହ୍ବାନ କରିଥିଲେ l ଏହା ବିରୁଦ୍ଧରେ ବିଭିନ୍ନ ସ୍ତରରେ ପ୍ରତିବାଦ ଆନ୍ଦୋଳନ ସହିତ ଆଲୋଚନା ଚକ୍ର, ସଭା ସମିତି ଇତ୍ୟାଦି ଅନୁଷ୍ଠିତ ହେଉଛି l ଏହାକୁ ବିରୋଧ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ରେଭେନ୍ସା ହେରିଟେଜ ଫୋରମ୍ ପକ୍ଷରୁ ପତ୍ର ଲେଖା ଯାଇଛି l ହେରିଟେଜ ଫୋରମ ପକ୍ଷରୁ ସେହି କ୍ରମରେ ଆଜି ରାଜ୍ୟପାଳ ଙ୍କୁ ଭେଟି ଦାବିପତ୍ର ଦିଆ ଯାଇଛି l ଅନୁରୂପ ଭାବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ତାଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking