31.1 C
Bhubaneswar
Tuesday, March 24, 2026
Homeଓଡିଶାମନେପଡ଼େ ପିଲାଦିନ କାର୍ଯ୍ୟକ୍ରମ

ମନେପଡ଼େ ପିଲାଦିନ କାର୍ଯ୍ୟକ୍ରମ

ମୟୂରଭଞ୍ଜ : ସ୍ଥାନୀୟ ବିବେକାନନ୍ଦ ବିହାର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଓ ଆମ ସୁନାଚାନ୍ଦ ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ ଆନୁକୂଲ୍ୟରେ ମନେପଡେ ପିଲା ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର କୁମାର ବାବୁଲି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ପ୍ରଧାନ ଆଚାର୍ଯ୍ୟା ପୁହାଣ ସୂର୍ଯ୍ୟକାନ୍ତି ରାଉତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପୁରୁଣା ଜିନିଷ ଓ ପୁରୁଣା ସଂସ୍କୃତିକୁ ଆମେ ଭୁଲିବାକୁ ବସିଥିବା ବେଳେ ଆଜିର ପିଲାମାନେ ଏଥିପ୍ରତି ପୁରା ଅଜ୍ଞ ଅଛନ୍ତି। ସେହି ପିଲାମାନଙ୍କୁ ଏ ସଂପର୍କରେ ବ୍ୟାପକ ଭାବେ ଜାଣିବା ପାଇଁ ପୋଷ୍ଟକାର୍ଡ଼, ଇଂଲଣ୍ଡ ଲେଟର, ଲଫାପା, ବ୍ୟାଟେରି ଟର୍ଚ୍ଚ, ପେଟ୍ରୋମାକ୍ସ ଲାଇଟ, ଚୁଙ୍ଗି, ଚିମିନି, ଲଣ୍ଠନ, କଳାଧଳା ଟିଭି, ରେଡ଼ିଓ, କାଳିକଲମ, କାଠ ହଳଲଙ୍ଗଳ , ଗହୁଣୀ, କଠା, ଶଗଡ଼ ଗାଡ଼ି, ଆଦିବାସୀ ଅଳକାର, ଶିଙ୍ଗ ପାନିଆ ଇତ୍ୟାଦି ବହୁ ଜିନିଷ ଓ ତାର ବ୍ୟବହାର ସଂପର୍କରେ ଦୀପକ କୁମାର ଦାସ, ରଣଜିତ ମହାନ୍ତି, ମଳୟ ମଞ୍ଜରୀ ରଥ, ବୀଣାପାଣି ବାରିକ, ବେଣୁଧର ବେହେରା, ରିନା ଷଡଙ୍ଗୀ, ଅତୁଲ୍ୟ ସୁନ୍ଦର ଭଞ୍ଜବାବୁ, ସୋନାକ୍ଷୀ ଦଣ୍ଡପାଟ, ମଧୁସ୍ମିତା ବାରିକ, ଶୁଭଜିତ ଶୁଭଙ୍କର ରାଉତ, ସୁମନ ବେହେରା, ବୃନ୍ଦାବତୀ ନାଏକ, ସୌଭାଗ୍ୟବତୀ ରାଉତ ଓ କବିତା ପତି ବୁଝାଇଥିଲେ। ପ୍ରଥମେ ନମ୍ରତା ବାରିକ, ସବିତା ମହାନ୍ତି, ପ୍ରତିଭା ପାତ୍ର, ଶ୍ଵେତଲିନା ମିଶ୍ର, ନିହାରୀକା ପାତ୍ରଙ୍କ ଦ୍ୱାରା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋ ଚିତ୍ରରେ ପୂଜା ଅର୍ଟ୍ଟନା ଓ ମାଲ୍ୟାର୍ପଣ କରାଯାଇ ଥିଲା। ‘ରାଷ୍ଟ୍ରର କଲ୍ୟାଣ ପାଇଁ ଦୁଇ ମହାତ୍ମାଙ୍କ ଭୂମିକା’ ଶିର୍ଷକ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କବି କାର୍ତ୍ତିକ ସେଠା ପରିଚାଳନା କରିଥିଲେ। ଏଥିରେ ସତ୍ୟଜିତ୍ ପଣ୍ଡା ପ୍ରଥମ, ଜଗଦୀଶ୍ ଉପାଧ୍ୟାୟ ଦ୍ଵିତୀୟ ଓ ପ୍ରିୟଦର୍ଶନୀ ଭଞ୍ଜବାବୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ପୂଜା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking