26.1 C
Bhubaneswar
Sunday, March 15, 2026
Homeଓଡିଶାଚାଲିଥିଲା ଧର୍ମାନ୍ତରୀକରଣ: ଚଢ଼ାଉକଲା ଭାରତ ହିନ୍ଦୁରାଷ୍ଟ୍ର ସେନା

ଚାଲିଥିଲା ଧର୍ମାନ୍ତରୀକରଣ: ଚଢ଼ାଉକଲା ଭାରତ ହିନ୍ଦୁରାଷ୍ଟ୍ର ସେନା

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ଏଵେ ବିଭିନ୍ନ ଜାଗାରେ ବେଆଇନ ଧର୍ମାନ୍ତୀକରଣ ଚର୍ଚ୍ଚ ଦେଖିବାକୁ ମିଳୁଛି l ସ୍ଥାନୀୟ ଲୋକେ ନିରବଦ୍ରଷ୍ଟା ସାଜିଥିବା ବେଳେ ପ୍ରଶାସନ ଚେଇଁ ସୋଇଛି l ଫଳରେ ଖ୍ରୀଷ୍ଟିଆନ ମାନେ ନିଜର ଧର୍ମକୁ ପ୍ରଚାର ପ୍ରସାର କରିବା ସହ ନିରୀହ ଆସିବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଧର୍ମାନ୍ତୀକରଣ କରିବାରେ କାୟାବିସ୍ତାର କରୁଛନ୍ତି l କିଛି ମାସ ତଳେ ମୁଣ୍ଡମାଳ ଅଞ୍ଚଳରେ ଦୁଇ ଦୁଇ ଥର ଏଭକି ଘଟଣା ସାମ୍ନାକୁ ଆଇଥିବା ବେଳେ ବ୍ୟାସନଗର ବଜରଙ୍ଗ ଦଳ ତରଫରୁ ଚଢ଼ାଉ କରି ପୋଲିସ ଦ୍ୱାରା ରୋକ ଲଗା ଯାଇଥିଲା l କିନ୍ତୁ ଏଵେ ପୁଣି ୪ ନଂ ୱାର୍ଡ ହୁଡ଼ିସାହିରେ ଦୀର୍ଘ ମାସ ଧରି ଖ୍ରୀଷ୍ଟିଆନ ମାନେ କାୟାବିସ୍ତାର କରି ଧର୍ମାନ୍ତୀକରଣ ଚାଲିଥିବା ବେଳେ ଆଜି ମଧ୍ୟ ବଜରଙ୍ଗ ଦଳ ତରଫରୁ ଚଢ଼ାଉ କରି ଯାଜପୁର ରୋଡ଼ ପୋଲିସ ଦ୍ୱାରା ୮ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି l ବାକି ୮0 ରୁ ଉର୍ଦ୍ଧ ଖ୍ରୀଷ୍ଟିଆନ ମାନେ ଫେରାର ହୋଇ ଯାଇଥିବା ସୂଚନା ମିଳିଛି l ସୂଚନା ମୁତାବକ ଆଜି ଦିନ ୧୧ ଟାରେ ଶତାଧିକ ଖ୍ରୀଷ୍ଟିଆନ ଗୋଟେ ନିଛାଟିଆ ଘରେ ଚର୍ଚ୍ଚ କରି ମାସ ମାସ ଧରି ନିରୀହ ଆସିବାସୀ ମାନଙ୍କୁ ଧର୍ମାନ୍ତୀକରଣ କରାଉଥିଲେ l ଏବଂ ଆସାମ, କେନ୍ଦୁଝର, କର୍ଣ୍ଣାଟକ, ବିହାର ଓ ବିଭିନ୍ନ ରାଜ୍ୟରୁ ମହିଳା ପୁରୁଷ ଖ୍ରୀଷ୍ଟିଆନ ମାନେ ଆସି ଏହି ଘରେ ଏକତ୍ରିତ ହୋଇ ବାଇବେଲ ପଢାଇ ଶତାଧିକ ନିରୀହ ଆଦିବାସୀଙ୍କୁ ଫସାଇ ଟଙ୍କାର ପ୍ରଲୋଭନ ଦେଖାଇ ଧର୍ମାନ୍ତୀକରଣ କରୁଥିଲେ l ସ୍ଥାନୀୟ ଲୋକେ ଏସବୁ ବାରମ୍ବାର ଜାଣିବା ପରେ ତୀବ୍ର ବିରୋଧ କରିଥିଲେ ଏବଂ ଭାରତ ହିନ୍ଦୁରାଷ୍ଟ୍ର ସେନା କର୍ମୀ ମାନଙ୍କୁ ଜଣାଇ ଥିଲେ l ସୂଚନା ପାଇ ଭାରତ ହିନ୍ଦୁରାଷ୍ଟ୍ର ସେନା କର୍ମୀ ମାନେ ପହଞ୍ଚି ଏଥିରେ ରୋକ ଲଗାଇବା ସହିତ ଯାଜପୁର ରୋଡ଼ ପୋଲିସଙ୍କୁ ଖବର କରିଥିଲେ l ତେବେ ପୋଲିସ ପହଞ୍ଚି ଏଥିରେ ରୋକ ଲଗାଇବା ସହିତ ୮ ଜଣଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି l ଏବଂ ବାକି ଫେରାର ହୋଇଯାଇଥିବା ସୂଚନା ମିଳିଛି l ଅନ୍ୟପଟେ ଧର୍ମାନ୍ତୀକରଣ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ବେଆଇନ ଚର୍ଚ୍ଚ ଉପରେ ରୋକ ଲଗାଇବାଜୁ ଦାବୀ କରିଛନ୍ତି l କ୍ରୀଷ୍ଟ ଧର୍ମ କୁ ନିରୀହ ଆଦିବାସୀ ମାନଙ୍କୁ ଅର୍ଥ ରେ ପଲୋଭନ ଦେଖାଇ ଧର୍ମାଧି ପରି ବର୍ତ୍ତନ କରିବା ସନାତନ ଧର୍ମ କୁ ପ୍ରତି କୁଠାର ଘାତ କରିବା ପାଦ୍ରୀ ମାନଙ୍କ ଲକ୍ଷ ପୂରଣ ହେବ ନାହିଁ ହିନ୍ଦୁ ସଂଗଠନ ଠିକି ସମୟ ଜବାବ ଦେବ ବୋଲି ପୋଲିସ ପ୍ରଶାସନ କୁ ଚେତା ବାଣୀ ଦେଇ ଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking