31.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଲକ୍ଷାଧିକ ବସ୍‌-ଟ୍ରକ୍ ଡ୍ରାଇଭରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ଲକ୍ଷାଧିକ ବସ୍‌-ଟ୍ରକ୍ ଡ୍ରାଇଭରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ସମ୍ବିଧାନିକ ଖଣ୍ଡପୀଠ ତାଙ୍କର ୨୦୧୭ ରାୟକୁ କାଏମ ରଖିଛନ୍ତି, ଯାହା ହାଲୁକା ମୋଟର ଯାନ (ଏଲ୍‌ଏମ୍‌ଭି) ଲାଇସେନ୍ସଧାରୀଙ୍କୁ ୭୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ପରିବହନ ଯାନ ଚଳାଇବାକୁ ଅନୁମତି ଦେଇଛି। ଅଗଷ୍ଟ ୨୧ ରେ ଶୁଣାଣି ଶେଷ କରିବାବେଳେ ସିଜେଆଇଙ୍କ ନେତୃତ୍ୱାଧୀନ ସାମ୍ବିଧାନିକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସମ୍ବିଧାନିକ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ହ୍ରିକିକେଶ ରୟ, ଜଷ୍ଟିସ ପିଏସତ ନରସିମ୍‌ହା, ଜଷ୍ଟିସ ପଙ୍କଜ ମିତଲ ଏବଂ ଜଷ୍ଟିସ ମନୋଜ ମିଶ୍ର ଅଛନ୍ତି। ଜଷ୍ଟିସ୍ ହ୍ରିକିକେଶ ରୟ ଏହି ରାୟ ପ୍ରଦାନ କରି କହିଛନ୍ତି, ‘ସଡ଼କ ସୁରକ୍ଷା ବିଶ୍ୱବ୍ୟାପୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।

ଏବଂ ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ୧.୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ହାଲୁକା ଯାନବାହାନ ଚଳାଉଥିବା ଡ୍ରାଇଭଙ୍କ କାରଣରୁ ଏହି ସବୁ ଘଟିଛି ବୋଲି ସେ କହିଛନ୍ତି। ଏହା ପଛର କାରଣଗୁଡ଼ିକ ମଧ୍ୟ ସିଟ୍ ବେଲ୍ଟ ନିୟମ ନମାନିବା, ମୋବାଇଲ୍ ବ୍ୟବହାର, ମଦ୍ୟପାନ ଇତ୍ୟାଦି ଅଟେ। ଗୋଟିଏ ଗାଡ଼ି ଚଲାଇବା ପାଇଁ ବିଶେଷ କୌଶଳ ଆବଶ୍ୟକ। ଜଷ୍ଟିସ୍ ହ୍ରିକିକେଶ ରୟ କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତିକ୍ରମେ ଯେଉଁ ଗାଡ଼ି ଗୁଡ଼ିକ ୭୫୦୦ କିଲୋଗ୍ରାମରୁ କମ୍ ଓଜନ ବିଶିଷ୍ଟ ଭାର ନେଇ ଯାଉଥିବା ଜଣାପଡ଼ିବ, ସେହି ଗାଡ଼ିମାଲିକମାନେ ବୀମା ଦାବି କରିପାରିବେ। ଲାଇସେନ୍ସ ପ୍ରଣାଳୀ ସ୍ଥିର ରହିପାରିବ ନାହିଁ। ଆମେ ଆଶା କରୁଛୁ ବର୍ତ୍ତମାନର ତ୍ରୁଟିଗୁଡିକର ସମାଧାନ ପାଇଁ ଉପଯୁକ୍ତ ସଂଶୋଧନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking