15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶକ୍ୟାନସର ରୋଗୀଙ୍କୁ ଆଶ୍ବସ୍ତି: ଶସ୍ତା ହେବ ଏହି ୩ଟି ଔଷଧ

କ୍ୟାନସର ରୋଗୀଙ୍କୁ ଆଶ୍ବସ୍ତି: ଶସ୍ତା ହେବ ଏହି ୩ଟି ଔଷଧ

ନୂଆଦିଲ୍ଲୀ : କ୍ୟାନସର ରୋଗୀଙ୍କୁ ଆଗାମୀ ଦିନରେ ଔଷଧ ଖର୍ଚ୍ଚରେ ମିଳିପାରେ କିଛି ଆଶ୍ବସ୍ଥି। ସରକାର ଔଷ କମ୍ପାନୀକୁ କ୍ୟାନସର ନିରୋଧି ତିନୋଟି ଔଷଧ ଷ୍‌ଟ୍ରାଟୁଜୁମାବ, ଓସିମିର୍ଟିନିବ ଏବଂ ଡୁଭରାଲୁମାବ୍ ଉପରେ ଏମ୍‌ଆରପି କମ୍ କରିବାକୁ ନିର୍ଦେଶ ଦେଇଛନ୍ତି। ସରକାର ଏହି ନିର୍ଦେଶ ଦେବା ପଛର ଉଦେଶ୍ୟ ହେଉଛି କଷ୍ଟମ ଡ୍ୟୁଟି ଛାଡ ଓ ଜିଏସ୍‌ଟି କାଟ୍‌ କରିବାର ଲାଭ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ପହଁଞ୍ଚା ଯାଇପାରିବ। ପିଟିଆଇର ରିପୋର୍ଟ ଅନୁସାରେ, ଔଷଧକୁ ସୁଲଭ ମୂଲ୍ୟରେ ଉପଲବ୍ଧ ଓ ସୁନିଶ୍ଚିତ କରିବା ପାଇଁ ସରକାର ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍‌ପିପିଏ) ଏକ କାର୍ଯ୍ୟାଳୟ ଜ୍ଞାପନ ଜାରି କରିଛି। ରାସାୟନିକ ଏବଂ ସାର ମନ୍ତ୍ରଣାଳୟ କହିଛି ଯେ, ଚଳିତ ବର୍ଷ ୨୦୨୪-୨୫ରେ କେନ୍ଦ୍ର ବଜେଟରେ ଦିଆଯାଇଥିବା ଘୋଷଣା ଅନୁଯାୟୀ ରହିଛି। ଯେଉଁଥିରେ ଏହି ତିନୋଟି କ୍ୟାନସର ନିରୋଧି ଔଷଧୀ କଷ୍ଟମ ଡ୍ୟୁଟି ଛାଡ କରି ଦିଆଯାଇଛି।

ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ଚଳିତ ବର୍ଷ ୨୩ ଜୁଲାଇରେ ଏକ ନୋଟିଫିକେସେନ୍‌ ଜାରି କରି ତିନୋଟି ଔଷଧ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରି ଶୂନ କରିଦେଇଛି। ମନ୍ତ୍ରଣାଳୟ କହିଛି, ଏହା ଅନୁସାରେ, ବଜାରରେ ଏହି ଔଷଧର ଏମ୍‌ଆରପିରେ ହ୍ରାସ ହେବା ଦରକାର ଏବଂ ଟ୍ୟାକ୍ସ ଓ ଶୁଳ୍କ ହ୍ରାସ ପାଇବାର ଲାଭ ଉପଭୋକ୍ତାଙ୍କୁ ଦିଆଯିବା ଦରକାର। ରାସାୟନିକ ଏବଂ ସାର ମନ୍ତ୍ରଣାଳୟ କହିଛି, ନିର୍ମାତାଙ୍କୁ ଡିଲର, ରାଜ୍ୟ ଔଷଧ ନିୟନ୍ତ୍ରଣ ଓ ସରକାରଙ୍କୁ ପ୍ରାଇସ୍ ଲିଷ୍ଟ କିମ୍ବା ସମ୍ପୂର୍ଣ୍ଣ ମୂଲ୍ୟ ସୂଚୀ ଜାରି କରିବାକୁ ହେବ, ଯେଉଁଥିରେ ପରିବର୍ତ୍ତନର ସଙ୍କେତ ଥିବ ଓ ମୂଲ୍ୟ ପରିବର୍ତ୍ତନ ବିଷୟରେ ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣକୁ ସୂଚନା ଦେବାକୁ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁସାରେ, ବଜାରରେ ଏହି ଔଷଧ ଏମ୍‌ଆରପିରେ ହ୍ରାସ ହେବା ଦରକାର ଓ ଟ୍ୟାକ୍ସ ଏବଂ ଶୁଳ୍କରେ ହ୍ରାସର ଲାଭ ଉପଭୋକ୍ତାଙ୍କୁ ଦିଆଯିବା ଦରକାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking