19.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ : ଓମାର

ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ : ଓମାର

ଶ୍ରୀନଗର : ପାକିସ୍ତାନ ପଟୁ ଜାମ୍ମୁ-କାଶ୍ମୀରର ପୁଞ୍ଚ, ରାଜୌରୀ, ଜାମ୍ମୁ, ବାରାମୁଳା ସେକ୍ଟରରେ ଗତ ୪ ଦିନ ମଧ୍ୟରେ ହୋଇଥିବା ଗୁଳିଗୋଳା ମାଡ଼ରେ ଅତିକମ୍‌ରେ ୨୦ଜଣଙ୍କ ପ୍ରାଣ ଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଅତିରିକ୍ତ ଜିଲା ଉନ୍ନୟନ କମିସନର ରହିଥିଲେ। ଶନିବାର ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି।

ପାକିସ୍ତାନ ପଟୁ ଆକ୍ରମଣରେ ଗତ ବୁଧବାର ପୁଞ୍ଚ ଅଞ୍ଚଳରେ ୧୨ଜଣ ସାଧାରଣ ନାଗରିକଙ୍କ ପ୍ରାଣ ଯାଇଥିବା ବେଳେ ଶୁକ୍ରବାର ଉରୀ ଓ ପୁଞ୍ଚରେ ୨ଜଣଙ୍କ ଜୀବନ ଯାଇଥିଲା। ଶନିବାର ପୂର୍ବାହ୍ଣରେ ଆଉ ୬ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ପାକିସ୍ତାନ ପଟୁ ଗୁଳିଗୋଳା ମାଡ଼ରେ ନିରୀହ ବ୍ୟକ୍ତି ପ୍ରାଣ ହରାଇଥିବା ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏଥିସହ ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking