32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶବିବାହିତା ଲିଭ୍‌-ଇନ୍ ରିଲେସନ୍‌ଶିପ୍‌କୁ ନେଇ ହାଇକୋର୍ଟ ଶୁଣାଇଲେ ଏପରି ରାୟ..

ବିବାହିତା ଲିଭ୍‌-ଇନ୍ ରିଲେସନ୍‌ଶିପ୍‌କୁ ନେଇ ହାଇକୋର୍ଟ ଶୁଣାଇଲେ ଏପରି ରାୟ..

ଚଣ୍ଡିଗଡ଼: ଯୋଡ଼ିଙ୍କ ସହ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହିବାକୁ ଚାହୁଁଥିବା ବିବାହିତଙ୍କୁ ସୁରକ୍ଷା ଦେବା ଦୋଷୀମାନଙ୍କୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ଦେଶରେ ବହୁବିବାହ ପ୍ରଥା ବଢ଼ିବ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ନିଜ ମାତାପିତାଙ୍କ ଘରୁ ପଳାଇଯାଉଥିବା ଏଭଳି ଦମ୍ପତି କେବଳ ସେମାନଙ୍କ ପରିବାରର ବଦନାମ କରି ନ ଥାନ୍ତି, ସେମାନଙ୍କ ମାଆ-ବାପାଙ୍କ ମର୍ଯ୍ୟାଦା ଓ ସମ୍ମାନର ସହ ବଞ୍ଚିବା ଅଧିକାରର ମଧ୍ୟ ଉଲ୍ଲଂଘନ କରିଥାନ୍ତି ବୋଲି ଜଷ୍ଟିସ୍‌ ସନ୍ଦିପ୍‌ ମୌଦଗିଲ୍‌ଙ୍କ ଖଣ୍ଡପୀଠ କହିଛନ୍ତି।

ପରିବାରରୁ ବିପଦ ଥିବା ଅଭିଯୋଗ କରି ଜଣେ ୪୦ ବର୍ଷୀୟ ମହିଳା ଓ ୪୪ ବର୍ଷୀୟ ପୁରୁଷ ସୁରକ୍ଷା ପାଇଁ ହାଇକୋର୍ଟରେ ପିଟିଶନ ଦାଏର କରିଥିଲେ। ଉଭୟ ବିବାହିତ ଏବଂ ସେମାନଙ୍କର ପିଲା ଥିବା ସତ୍ତ୍ୱେ ସେମାନେ ଲିଭ୍‌-ଇନ୍‌ରେ ରହୁଥିଲେ। ମହିଳା ଜଣକ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଥିଲେ। କୋର୍ଟ କହିଛନ୍ତି, ଉଭୟ ଆବେଦନକାରୀ ବିବାହିତ ହୋଇଥିବାରୁ ଲିଭ୍‌-ଇନ୍‌ରେ ରହିପାରିବେ ନାହିଁ ବୋଲି ପୂର୍ବରୁ ଅବଗତ ଥିଲେ। ପୁରୁଷ ଜଣକ ତାଙ୍କ ପୂର୍ବ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ନେଇନାହାନ୍ତି। ତେଣୁ ସେମାନଙ୍କର ଏକାଠି ସମ୍ପର୍କରେ ରହିବା ବୈବାହିକ ସମ୍ପର୍କ ନୁହେଁ।

ଏହାକୁ ବୈବାହିକ ସମ୍ପର୍କ ବୋଲି ବିଚାରକୁ ନିଆଗଲେ ପୁରୁଷ ଆବେଦନକାରୀଙ୍କୁ ସ୍ତ୍ରୀ ଓ ପିଲାମାନଙ୍କ ପାଇଁ ଅନ୍ୟାୟ ହେବ ବୋଲି ଅଦାଲତ କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ଶାନ୍ତି ଓ ସମ୍ମାନର ସହ ବଞ୍ଚତ୍ବା ଅଧିକାର ପ୍ରତ୍ୟେକଙ୍କର ରହିଛି। ତେଣୁ ଏଭଳି ପିଟିଶନକୁ ଅନୁମତି ଦେବା ଦ୍ୱାରା ଅପରାଧୀମାନେ ପ୍ରୋତ୍ସାହିତ ହେବେ ଏବଂ ବହୁବିବାହ ବଢ଼ାଇବ ବୋଲି ଖଣ୍ଡପୀଠ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking