14.1 C
Bhubaneswar
Sunday, December 7, 2025
Homeଓଡିଶାପୁରାତନ ଡ୍ୟାମ୍‌ର ପୁନରୁଦ୍ଧାର ସହ ହେବ ସୁଦୃଢ଼ୀକରଣ; ୫ ବର୍ଷରେ ଖର୍ଚ୍ଚ ହେବ ୨୦୦କୋଟି

ପୁରାତନ ଡ୍ୟାମ୍‌ର ପୁନରୁଦ୍ଧାର ସହ ହେବ ସୁଦୃଢ଼ୀକରଣ; ୫ ବର୍ଷରେ ଖର୍ଚ୍ଚ ହେବ ୨୦୦କୋଟି

ଭୁବନେଶ୍ୱର: ରାଜ୍ୟର ତଳମୁଣ୍ଡରେ ଅଧିକ ଜଳପ୍ରବାହ ଯୋଗୁ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୫ ବର୍ଷରେ ଅର୍ଥାତ୍ ୨୦୨୪-୨୫ ଠାରୁ ୨୦୨୮-୨୯ ଆର୍ଥିକ ବର୍ଷ ବର୍ଷରେ ୨୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ଚଳିତ ଆର୍ôଥକ ବର୍ଷ ୨୦୨୪-୨୫ରେ ଏହି ଯୋଜନାରେ ୪୧.୭୫ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ୨୦୨୫-୨୬ରେ ୪୭.୧୫କୋଟି, ୨୦୨୬-୨୭ରେ ୪୩.୭୫କୋଟି, ୨୦୨୭-୨୮ରେ ୩୬.୫୦କୋଟି ଓ ୨୦୨୮-୨୯ରେ ୩୦.୮୫କୋଟି ଟଙ୍କା ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବହନ କରିବେ। ‘ବନ୍ଧ ସୁରକ୍ଷା ଓ ଉନ୍ନତୀକରଣ କାର୍ଯ୍ୟ’ ନାଁରେ ଏହି ନୂଆ ଯୋଜନାରେ ପୁରାତନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡ୍ୟାମ୍‌ଗୁଡ଼ିକର ପୁନରୁଦ୍ଧାର ଓ ସୁଦୃଢ଼ୀକରଣ କରାଯିବ ବୋଲି ଜଣାପଡ଼ିଛି।

ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ‘ସଂକଳ୍ପପତ୍ର’ ଅନୁସାରେ, ପୁରାତନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡ୍ୟାମ୍‌ଗୁଡ଼ିକର ବିଫଳତା ଯୋଗୁ ତଳମୁଣ୍ଡରେ ଅତିରିକ୍ତ ଜଳପ୍ରବାହରୁ ଧନ ଜୀବନହାନି ହେବା ସହିତ ପ୍ରାଣୀ ତଥା ପରିବେଶରେ ଅନୁଚିତ କ୍ଷତି ହେବାର ଆଶଙ୍କା ରହିଥାଏ। ସେଥିପାଇଁ ପୁରାତନ ବନ୍ଧଗୁଡ଼ିକର ସୁରକ୍ଷା ପାଇଁ ଏହାର ନିରବଚ୍ଛିନ୍ନ ନିରୀକ୍ଷଣ ଓ ରକ୍ଷଣାବେକ୍ଷଣ ସହିତ ଆବଶ୍ୟକତା ଅନୁସାରେ ମରାମତି ଓ ଉନ୍ନତୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ଡ୍ୟାମର ଅବକ୍ଷୟକୁ ଦୂର କରିବା ନିମନ୍ତେ ‘ବନ୍ଧ ସୁରକ୍ଷା ଓ ଉନ୍ନତୀକରଣ କାର୍ଯ୍ୟ’ ଯୋଜନାକୁ ଆଗାମୀ ୫ବର୍ଷ ପାଇଁ କାର୍ଯ୍ୟକାରୀ କରିବା ନିମନ୍ତେ ୨୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନା ପାଇଁ ଅତିରିକ୍ତ ମାନବ ସମ୍ବଳର ଆବଶ୍ୟକତା ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ଧର ସୁରକ୍ଷା ଓ ସୁଦୃଢ଼ୀକରଣ, ବନ୍ଧର ସାମଗ୍ରିକ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି, ବନ୍ଧର ସ୍ଥାୟିତ୍ୱ ତଥା ବୟସସୀମା ବୃଦ୍ଧି, ଜଳବ୍ୟବହାର ଦକ୍ଷତା ବୃଦ୍ଧି ଓ ଚାହିଦା ଅନୁଯାୟୀ ଜଳଯୋଗାଣ ଆଦି ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking