ଭୁବନେଶ୍ୱର: ନୂଆପଡା ରେଜଲ୍ଟକୁ ନେଇ ପ୍ରମିଳାଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କାଉଣ୍ଟର କରି ସୁରେଶ ପୂଜାରୀ କହିଛନ୍ତି ଯେ ଏହା ବିଜେଡିର ହାତାସାଭାବର ପରିଚୟ । ଡ୍ରେସ୍ ରିହରସାଲ୍ ଆରମ୍ଭ କରିଛି ବିଜେଡି । ରେକର୍ଡ ସଂଖ୍ୟାରେ ଭୋଟ୍ ପାଇବୁ, ରେକର୍ଡ ମାର୍ଜିନରେ ମଧ୍ୟ ଜିତିବୁ । ଏହା ସହ ନୂଆପଡାରେ ଭଲ ମାର୍ଜିନରେ ଜିତିବୁ କହିଛନ୍ତି ଜୟନାରାୟଣ ମିଶ୍ର । ଲୋକେ ସରକାରୀ ଦଳ ସହ ରହିବାକୁ ଇଛା ପ୍ରକାଶ କରିଛନ୍ତି । ନୂଆପଡା ଭୋଟର ରାଜୁ ଢୋଲକିଆଙ୍କ ପରିବାର ସହ ରହିବେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ନୂଆପଡା ପାଇଁ ଅନେକ ଘୋଷଣା କରିଛନ୍ତି । ନୂଆପଡାରେ ମେଡିକାଲ୍ କଲେଜ ପାଇଁ ବି ପ୍ରତିଶ୍ରୁତି ଅଛି, ନିଶ୍ଚୟ ଜିତିବୁ । ପ୍ରମିଳା କହିଥିଲେ ଯେ ସବୁ ଠିକ୍ ଥିଲେ ଆମେ ୧୦ ହଜାର ଭୋଟ୍ରେ ଜିତିବୁ । ବିଜେପି ଯଦି ଜିତେ ତାହେଲେ ଇଭିଏମ୍ ଜାଲିଆତି ସ୍ପଷ୍ଟ ହେବ । ସୂଚନାଯୋଗ୍ୟ, ଗତକାଲି ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଥିଲା । ମୋଟ ୮୧.୯ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ କରାଯାଇଛି ।










