21.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟରେ ପ୍ରବଳ ବର୍ଷା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ

ରାଜ୍ୟରେ ପ୍ରବଳ ବର୍ଷା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଆଲର୍ଟ କରିଛି ପାଣିପାଗ ବିଭାଗ । ୨୭ ତାରିଖ ସକାଳେ ଦକ୍ଷିଣ ଓଡିଶା,ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ଅଵପାତ । ପରିଣାମରେ କୋରାପୁଟ ଓ ମାଲକାନଗିରି  ଜିଲ୍ଲାରେ ଅତିପ୍ରବଳ ବର୍ଷା ସହ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ଏବେ ପରବର୍ତ୍ତୀ ୨ରୁ ୩ ଘଣ୍ଟା ଭିତରେ ରାୟଗଡ଼ା, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଗଞ୍ଜାମ ଓ ଗଜପତିର କିଛି ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ପାଇଁ ସତର୍କ କରାଯାଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ଆଜି ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହାସହ ୨ ଅକ୍ଟୋବରରେ ପୁଣି ଏକ ଅବପାତ ସୃଷ୍ଟି ହେବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking