19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶରାମ ମନ୍ଦିର ପାଇଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ : ଯୋଗୀ ଆଦିତ୍ୟନାଥ

ରାମ ମନ୍ଦିର ପାଇଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ : ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା: ଅଯୋଧ୍ୟା ଗସ୍ତରେ ଆସି ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଯୋଧ୍ୟାରେ ୫ ଘଣ୍ଟା ବିତାଇ ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା ଏବଂ ଆଗାମୀ ଯୋଜନା ବାବଦରେ ଆଲୋଚନା କରିବା ସମୟରେ ଯୋଗୀ କହିଛନ୍ତି, ମୋର ୩ ପିଢି ଯାକ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ ପାଇଁ ସମର୍ପିତ ଥିଲେ ତେଣୁ ମୁଁ ବି କ୍ଷମତା ପାଇଁ ଆସିନି।

ଯଦି ଶ୍ରୀରାମ ମନ୍ଦିର ପାଇଁ ସରକାର ହରାଇବାକୁ ବି ପଡେ ତାହାଲେ କୌଣସି ସମସ୍ୟା ନାହିଁ। ୨୦୧୭ରେ ଯେବେ ଆମେ ଅଯୋଧ୍ୟାରେ ଦୀପୋତ୍ସବ କରିଥିଲୁ ସେତେବେଳେ ଆମ ମନରେ ଥିଲା କି ଅଯୋଧ୍ୟାକୁ ତାର ପ୍ରକୃତ ପରିଚୟ ମିଳିବା ଦରକାର। ଅଯୋଧ୍ୟା ଯେଉଁ ସମ୍ମାନର ହକଦାର ସିଏ ସେହି ସମ୍ମାନ ପାଇବା ଦରକାର। ଆଉ ଏବେ ଦେଖନ୍ତୁ ଦୀପାବଳିର ଦିନକ ପୂର୍ବରୁ କେମିତି ଅଯୋଧ୍ୟାର ଦୀପୋତ୍ସବକୁ ନେଇ ସମସ୍ତେ ଉତ୍ସାହିତ ରହୁଛନ୍ତି। ଅଯୋଧ୍ୟାରେ ଦୀପୋତ୍ସବ ଏକ ପର୍ବରେ ପରିଣତ ହୋଇଛି। ତେଣୁ ଏହି ଅଯୋଧ୍ୟା ଏବଂ ଶ୍ରୀରାମ ମନ୍ଦିର ପାଇଁ ଯଦି ସରକାର ହରାଇବାକୁ ପଡେ ତାହାଲେ କିଛି ଅସୁବିଧା ନାହିଁ। ଆଗାମୀ ଦିନରେ ଅଯୋଧ୍ୟାରେ ଆହୁରି ଅନେକ ବିକାଶ ପରିଲକ୍ଷିତ ହେବ ବୋଲି ଯୋଗୀ ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି। ଯୋଗୀ କହିଛନ୍ତି ଅଯୋଧ୍ୟା ରାମ ମନ୍ଦିର ପ୍ରତ୍ୟେକ ଭାରତୀୟଙ୍କ ଅନ୍ତରାତ୍ମାରେ ସମାହିତ ହୋଇସାରିଛି। ଏହାକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିବା ସହ ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି କରିବା ଉପରେ ସରକାର କାମ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking