ମୁମ୍ବାଇ: ଭାରତୀୟ ବ୍ୟବସାୟଙ୍କ ମଧ୍ୟରେ ଧିରୁଭାଇ ଅମ୍ବାନୀ ଗୋଟିଏ ନାମ ଯିଏ ନିଜ ଶକ୍ତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଛିଡା କରିପାରିଛନ୍ତି। ଧିରୁଭାଇଙ୍କ କାହାଣୀ ହେଉଛି ଏକ ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ ହୋଇଥିବା ଏକ ବିରାଟ ବଡ଼ ବ୍ୟବସାୟୀରେ ପରିଣତ ହୋଇଥିବା ସଫଳ କାହାଣୀ। ତେବେ ସେ ଭାରତର ଜଣେ ପ୍ରସିଦ୍ଧ ଶିଳ୍ପପତି ଥିଲେ। ଆଉ ଆଜି ଆମେ ତାଙ୍କ ସଫଳ ଜୀବନ କାହାଣୀ ବିଷୟରେ ଆସନ୍ତୁ ଜାଣିବା। ସେହି ଅମ୍ବାନୀଙ୍କ ବ୍ୟବସାୟିକ ରହସ୍ୟ କଣ ରହିଥିଲା ? ଯେଉଁ ରହସ୍ୟ ପାଇଁ ଅମ୍ବାନୀ
କୋଟିପତି ହୋଇଗଲେ ? ଆଉ ସେ ଆଜି ଆଜି ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ପ୍ରେରଣା ଉତ୍ସ ହୋଇପାରିଛନ୍ତି।ଧିରୁଭାଇ ଅମ୍ବାନୀଙ୍କ ଦ୍ୱାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।ଧିରୁଭାଇ ଅମ୍ବାନୀ ୨୮ ଡିସେମ୍ବର ୧୯୩୩ରେ ସୌରାଷ୍ଟ୍ରର ଜୁନାଗଡ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଧୀରଜଲାଲ ହିରାଚାନ୍ଦ ଅମ୍ବାନୀ । ଯେତେବେଳେ ଧିରୁଭାଇ ବ୍ୟବସାୟ ଜଗତରେ ପ୍ରବେଶ କଲେ, ତାଙ୍କର ପୈତୃକ ସମ୍ପତ୍ତି କିମ୍ବା ବ୍ୟାଙ୍କ ବାଲାନ୍ସ ନ ଥିଲା। ତାଙ୍କ ପିତା ହିରାଚାନ୍ଦ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ୧୯୪୮ରେ ଷୋହଳ ବର୍ଷ ବୟସରେ, ସେ ତାଙ୍କ ବଡ଼ ଭାଇ ରାମାଣିକଲାଲଙ୍କ ସାହାଯ୍ୟରେ ୟେମେନର ଆଡେନ ସହରରେ ପହଞ୍ଚିଥିଲେ। ସେଠାରେ ସେ ଏ.ବେସି ଆଣ୍ଡ କମ୍ପାନୀରେ ମାସକୁ ୩୦୦ଟଙ୍କା ବେତନରେ କାମ କରୁଥିଲେ।ଧିରୁଭାଇଙ୍କ ମନରେ ଆଉ କିଛି ଚାଲିଥିଲା। ତେଣୁ ୧୯୫୪ରେ ସେ ନିଜ ଦେଶକୁ ଫେରଆସିଥଇଲେ। ୧୯୫୫ରେ ସେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପକେଟରେ୫୦୦ଟଙ୍କା ନେଇ ମୁମ୍ବାଇରେ ପହଞ୍ଚିଥିଲେ। ଏବଂ ତାଙ୍କର ବ୍ୟବସାୟିକ ଯାତ୍ରା ଏଠାରୁ ଆରମ୍ଭ ହୋଇଥିଲା । ୟେମେନରୁ ଫେରିବା ପରେ ଧିରୁଭାଇ ସମ୍ପର୍କୀୟ ଚମ୍ପକଲାଲ ଦିମାନିଙ୍କ ସହାୟତାରେ ରିଲାଏନ୍ସ କମର୍ସିଆଲ କର୍ପୋରେଶନ କମ୍ପାନୀ ଗଠନ କରିଥିଲେ। ଏହି କମ୍ପାନୀ ମାଧ୍ୟମରେ ଧିରୁଭାଇ ପ୍ରଥମେ ପାଶ୍ଚାତ୍ୟ ଦେଶକୁ ଅଦା, କଦଳୀ ଏବଂ ଅନ୍ୟାନ୍ୟ ମସଲା ରପ୍ତାନି କରୁଥିଲେ। ଏଠାରୁ ଧୀରଭାଇ ଅମ୍ବାନୀ ଏପରି ପଦକ୍ଷେପ ନେଇଥିଲେ ଯେ ସେ ଆଉ ପଛକୁ ଚାହିଁ ନଥିଲେ। ସେ ଗୋଟିଏ ପରେ ଗୋଟିଏ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଧୀରଭାଇ କୌଣସି ସମୟରେ କୋଟିପତି ହୋଇଥିଲେ। ତାଙ୍କ ନାମ କେବଳ ଦେଶରେ ନୁହେଁ ବିଦେଶରେ ବିଖ୍ୟାତ ହୋଇଥିଲା।ଖବର ଅନୁଯାୟୀ, ୧୯୫୮ରେ ଧିରୁଭାଇ ୫୦ହଜାର ଟଙ୍କା ମୂଲ୍ୟରେ ପଲିଷ୍ଟର ସୂତାର ରପ୍ତାନି-ଆମଦାନୀ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ୧୫୦୦୦ ଟଙ୍କା ବିନିଯୋଗ କରି ରିଲାଏନ୍ସ ବାଣିଜି୍ୟକ ନିଗମର ମୂଳଦୁଆ ପକାଇଲେ। ସେତେବେଳେ ଏସିଆରେ ପଲିଷ୍ଟର ପାଇଁ ବହୁତ ଚାହିଦା ଥିଲା, ଯେଉଁ କାରଣରୁ ସେମାନଙ୍କର ଲାଭ ଶୀଘ୍ର ବୃଦ୍ଧି ପାଇଲା। ଧିରୁଭାଇ ଅମ୍ବାନୀଙ୍କ ପୁଅ ହେଉଛନ୍ତି ମୁକେଶ ଅମ୍ବାନୀ। ଯିଏ ଏବେ ରିଲାଏନ୍ସ ଇଣ୍ଡରଷ୍ଟ୍ରିଜ ଲିମିଟେଡ୍ର ମାଲିକ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ନାଁରେ ଗଣିତ ହେଉଛନ୍ତି।










