ଭୁବନେଶ୍ୱର: ୬ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସକାଳେ ଲୋକଭବନରୁ ରାଷ୍ଟ୍ରପତିଙ୍କ କାରକେଡ ବାହାରି ସିଧାସଳଖ ବିଜୁ ପଟ୍ଟନାୟକ ବିମାନବନ୍ଦର ଅଭିମୁଖେ ଯାଇଥିଲା । ରାଷ୍ଟ୍ରପତି ଏହି ଗସ୍ତ ସବୁଠାରୁ ଲମ୍ବା ଗସ୍ତ ରହିଥିଲା । ଫେବୃଆରୀ ୨ରେ ରାଷ୍ଟ୍ରପତି ଓଡ଼ିଶାକୁ ଆସି ୫ଟି ଜିଲାକୁ ପର୍ଯ୍ୟୟ କ୍ରମେ ଗସ୍ତ କରିଥିଲେ । ମା ବିରଜାଙ୍କୁ ଦର୍ଶନ କରି ଏହି ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ ।ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି । ଶେଷରେ ନିଜ ଜିଲା ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ ଭୁବନେଶ୍ୱରରେ ଆୟୋଜିତ ବ୍ଲାକ ସ୍ୱାନ୍ ଶିଖର ସମ୍ମିଳନୀରେ ଯୋଗ ଦେଇ ପରାମର୍ଶ ଦେଇଥିଲେ ।










