30.1 C
Bhubaneswar
Thursday, May 8, 2025
Homeଓଡିଶା୪ ଦିନ ରତ୍ନଭଣ୍ଡାର ମରାମତି ସ୍ଥଗିତ

୪ ଦିନ ରତ୍ନଭଣ୍ଡାର ମରାମତି ସ୍ଥଗିତ

ପୁରୀ : ଚଳିତ ମାସ ୨୧ ତାରିଖ ସୋମବାର ପଇତାଲାଗି, ମଙ୍ଗଳବାର ରାମାଭିଷେକ, ବୁଧବାର ବନକଲାଗି ଏବଂ ଗୁରୁବାର ଗୁରୁତ୍ବପୂର୍ଣ୍ଣ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ତେଣୁ ୨୧ରୁ ୨୪ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାମ ଚାଲୁ ରହିବ। ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking