27.1 C
Bhubaneswar
Friday, December 12, 2025
Homeଓଡିଶାରତ୍ନଭଣ୍ଡାରରେ ନଥିଲା ସାପ

ରତ୍ନଭଣ୍ଡାରରେ ନଥିଲା ସାପ

ପୁରୀ :ପୁରୀ ରତ୍ନଭଣ୍ଡାରରେ ସାପ ଥିବା ନେଇ ଅନେକ ଗୁଜବ କଥା ଶୁଣିବାକୁ ମିଳୁଥିଲା । କିନ୍ତୁ ଯେତେବଳେ ରତ୍ନଭଣ୍ଡାର ଖୋଲାଗଲା ସେତେବେଳେ ଗୋଟେ ବି ସାପ ଦେଖିବାକୁ ମିଳିନଥିଲା। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ତା ଭିତରେ ସାପ ଥିଲା ବୋଲି କାହିଁକି ଗୁଜବ ଶୁଣିବାକୁ ମିଳୁଥିଲା ତାକୁ ନେଇ ବାରମ୍ବାର ଚର୍ଚ୍ଚା ହେଉଛି । ତେବେ ବହୁ ପ୍ରତିକ୍ଷାର ଅନ୍ତ ଘଟି ଆଜି ଖୋଲାଯାଇଥିଲା ରତ୍ନଭଣ୍ଡାର । କିନ୍ତୁ ଦେଖିବାକୁ ମିଳିନଥିଲା ଗୋଟାଏବି ସାପ ଏହାସହ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ରତ୍ନଭଣ୍ଡାର ଭିତରେ ସାପ ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ହେଲେ ଆଜି ୧୫ ଜଣିଆ କମିଟି ସଦସ୍ୟମାନେ ରତ୍ନଭଣ୍ଡାରର ପ୍ରଥମ ଗୃହକୁ ପ୍ରବେଶ କରି ଫେରିଛନ୍ତି । ସେମାନେ ବାହାରକୁ ଆସିବା ପରେ ସ୍ପଷ୍ଟ ଭାବରେ କହିଛନ୍ତି ରତ୍ନଭଣ୍ଡାର ଭିତରେ କୌଣସି ସାପ ନାହିଁ । ସାପ ଥିବା ଚର୍ଚ୍ଚା ଭିତରେ କମିଟି ସଦସ୍ୟ ଭିତରକୁ ଯିବା ପୂର୍ବରୁ ସ୍ନେକ ହେଲପଲାଇନକୁ ପ୍ରସ୍ତୁତ କରାଯାଇଥିଲା । ସେପଟେ ଜଣେ ସେବାୟତ କହିଛନ୍ତି କି, ରତ୍ନଭଣ୍ଡାର ଭିତରେ ଖାଲି ପାଣି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking