25.1 C
Bhubaneswar
Wednesday, October 30, 2024
Homeଓଡିଶାଆସିଲା ରତ୍ନଭଣ୍ଡାରର ବଡ଼ ଖବର ,ଭିତର ରତ୍ନଭଣ୍ଡାରକୁ ନେଇ ଗୁଜବ ପ୍ରଚାର କରନି

ଆସିଲା ରତ୍ନଭଣ୍ଡାରର ବଡ଼ ଖବର ,ଭିତର ରତ୍ନଭଣ୍ଡାରକୁ ନେଇ ଗୁଜବ ପ୍ରଚାର କରନି

ପୁରୀ : ରତ୍ନ ଭଣ୍ଡାରର ଆସିଲା ଖବର । ଭିତର ଭଣ୍ଡାରରେ ସାପ ନାହାଁନ୍ତି । ଭିତର ରତ୍ନଭଣ୍ଡାରରେ ଆଦୌ ଦେଖାଗଲେନି ସାପ । ସ୍ନେକ ହେଲ୍‌ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ତେବେ ସେ କହିଛନ୍ତି ‘ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ପ୍ରସ୍ତୁତ ହୋଇ ରହିଥିଲୁ । ହେଲେ ସାପ ନଥିଲେ । ଆମେ ବାହାରେ ବସି ରହିଥିଲୁ, ଆମକୁ ଡକା ଗଲା ନାହିଁ । ଆମକୁ ଡକା ଗଲା ନାହିଁ ମାନେ ଭିତରେ ସାପ ନାହାନ୍ତି । ସାପ ଥିଲେ ଆମକୁ ନିଶ୍ଚିତ ଭାବେ ଡକା ଯାଇଥାନ୍ତା ।ସ୍ନେକ୍‌ ହେଲ୍ପଲାଇନ୍‌ ପରେ ଶ୍ରୀମନ୍ଦିର ପରିସରରୁ ବାହାରିଲେ ଓଡ୍ରାଫ୍‌ ଟିମ୍‌ । ଆଜିର କାର୍ୟ୍ୟ ଶେଷ ହେଲା ପରେ ଟିମ୍‌ ବାହାରିଲେ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ । ତେବେ ଭିତର ରତ୍ନଭଣ୍ଡାରରୁ ସରିଲା ରତ୍ନ ସ୍ଥାନାନ୍ତରଣ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ ସରିଲା । ସଂପୂର୍ଣ୍ଣ ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଥିବା କହିଲେ ।ଅନ୍ୟପଟେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ‘ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ । ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ୟ୍ୟ ସଂପୂର୍ଣ୍ଣ ହେଲା । ସ୍ଥାନାନ୍ତରଣ ପାଇଁ ଆମ ୧୧ ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ । କେବଳ କଟର ଓ ଇଲେକ୍ଟ୍ରି ସହାୟକଙ୍କ ଛଡ଼ା ଆଉ କାହାର ସହଯୋଗ ଲୋଡ଼ା ପଡ଼ିଲାନି । ପ୍ରାୟ ସାଢେ ୭ ଘଣ୍ଟା ପରେ ସରିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା । ଭିତର ରତ୍ନ ଭଣ୍ଡାରରେ ୩ଟି କାଠ, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ଓ ଗୋଟିଏ ଲୁହା ସିନ୍ଦୁକ ଥିଲା । ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ସ୍ଥାନାନ୍ତରିତ ହେଲା ଅଳଙ୍କାର ।’ ତେବେ ରତ୍ନଭଣ୍ଡାର ନେଇ କୌଣସି ଉଡ଼ା ଓ ମନଗଢ଼ା ଖବର ପରିବେଷଣ ନକରିବାକୁ ନିବେଦନ କରିଛନ୍ତି ଶ୍ରୀ ରଥ । ସୂଚନା ଅନୁଯାୟୀ, ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାର ଖୋଲିଥିଲା । ଏସଓପି ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିଥିଲେ । କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଯାଇ ନଥିଲେ ।ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ଜଉମୁଦ ସିଲ୍ କରାଯାଇଛି ଏବଂ ଚାବିକୁ ପୁଣି ଟ୍ରେଜେରୀରେ ରଖାଯାଇଛି ।ଏହା ପରେ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବ ଏଏସଆଇ । ଆଜି ମଧ୍ୟ ସ୍ନେକ୍ ହେଲ୍ପ ଲାଇନ, ଓଡ୍ରାଫ୍, ସ୍ବେଚ୍ଛାସେବୀ, ଡାକ୍ତରୀ ଟିମ୍ ମୁତୟନ ହୋଇଥିଲେ । ଅଳଙ୍କାର ଗୁଡ଼ିକୁ ଷ୍ଟ୍ରଙ୍ଗରୁମରେ ନୂଆ ସିନ୍ଦୁକରେ ରଖିବା ପରେ ଭିତର ରତ୍ନଭଣ୍ଡାରର ପ୍ରାଚୀନ ସିନ୍ଦୁକ ଓ ଆଲମିରା ଗୁଡ଼ିକୁ ମ୍ୟୁଜିୟମରେ ରଖିବାକୁ ଯୋଜନା କରାଯାଉଛି। ତେବେ ଆଜି ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଥିଲା । ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ଯାଇନଥିଲା । ସିଂହଦ୍ୱାରକୁ ଛାଡ଼ି ବାକି ୩ ଦ୍ୱାର ବନ୍ଦ ରହିଛି । କେବଳ ଅଧିକୃତ ସେବକମାନଙ୍କୁ ଛଡ଼ା ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking