18.1 C
Bhubaneswar
Thursday, December 18, 2025
Homeଓଡିଶାଜାଣନ୍ତୁ ରତ୍ନଭଣ୍ଡାରର ଇତିହାସ ,୧୮୦୫ରେ ରତ୍ନର ତାଲିକା କିଏ କରିଥିଲେ

ଜାଣନ୍ତୁ ରତ୍ନଭଣ୍ଡାରର ଇତିହାସ ,୧୮୦୫ରେ ରତ୍ନର ତାଲିକା କିଏ କରିଥିଲେ

ପୁରୀ: ରତ୍ନଭଣ୍ଡାରର କଣ ରହିଛି ଇତିହାସ ଏହା ସମସ୍ତଙ୍କର ଜାଣିବା ପାଇଁ ଇଚ୍ଛାଥିବ । ହେଲେ ଆଜି ଆମେ ଆପଣଙ୍କୁ କହିବୁ ୧୮୦୫ରେ ରତ୍ନର ତାଲିକା କିଏ କରିଥିଲେ । ତେବେ ୧୮୦୫ରେ ପୁରୀର ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଉଥିବା ଚାର୍ଲସ୍ ଗ୍ରୋମ୍ଙ୍କ ନେତୃତ୍ୱରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଏକ ତାଲିକା ପ୍ରସ୍ତୁତ ହୋଇଥିଲା ।ଉକ୍ତ ତାଲିକାରେ ରତ୍ନଭଣ୍ଡାରରେ ମୟୂର ପୁଚ୍ଛ ସଦୃଶ ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଯାହା ଚନ୍ଦ. ସୂର୍ୟ୍ୟ, କିଆପତ୍ର ଭଳି ଏକ ଅଳଙ୍କାର ମଧ୍ୟ ରତ୍ନଭଣ୍ଡାରରେ ରହିଛି ।ଏହା ସହ ସ୍ୱର୍ଣ୍ଣ ଓ ବିଭିନ୍ନ ରତ୍ନରେ ପ୍ରସ୍ତୁତ ବିଶାଳ କୁଣ୍ଡଳ, ମୁକୁଟ, ଅଳକା, ରାହୁରେଖା, ଶ୍ରୀଭୁଜ, ନଳି, ବାହୁଟି, ସୁନାଚକ୍ର, ନକୌଶୀ, କମର ଝୁମ୍ପା, ପଦ୍ମପାଦ,ବାଘନଖ ଆଦି ଭଣ୍ଡାରରେ ରହିଛି । ପଦ୍ମମାଳ, ସେବତୀ ମାଳ, ପାରିଜାତ ମାଳ, କେଳୀକଦମ୍ବ ମାଳ, କଣ୍ଠି ମାଳ ଭଳି ବିଭିନ୍ନ ରକମର ମାଳ ଓ ହାର ମଧ୍ୟ ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସେ ସମୟର ତାଲିକାରୁ ଜଣାପଡ଼ିଥିଲା । କେବଳ ଏତିକି ନୁହେଁ ଉପଚାର ପଦକ, ବାଜୁ ବନ୍ଧ, ସୁନା ବେଣ୍ଟ, ସୁନା ମୟୁରଚୂଳ, ସୁନା ଛାଞ୍ଚୁଣି, ସୁନା ବେତ, ସ୍ୱର୍ଣ୍ଣ ଜିଭି, ତାବିଜ, ସୁନା ଝୁମ୍ପା, ନାକ ଫାସିଆ, ଭଙ୍ଗ, ମୁଦି, ପିଆବଡ଼ି, କର୍ଣ୍ଣଫୁଲ, ନାକ ଚଣା, ଚିତା, ଶିର ପେଞ୍ଚ, ବାନ ବଟ, ଗରା, ଥାଣି, ରୁପାଶଙ୍ଖ, ପାରା, ଫୁଲ, ରୁଖା, ପଙ୍ଖା ବେଣ୍ଟ, ପିଲିସଜ, ଚୁଆଦାନୀ, ଛତା ବେଣ୍ଟ, କଂସା ଦର୍ପଣ, ରୁପା ଖଟ, ଅଣ୍ଟା ଫିତା, ଦଶାବତାର ମୂର୍ତ୍ତି, ରୁପା ବଂଶୀ ରହିଥିବା ମଧ୍ୟ ତାଲିକାରେ ଉଲ୍ଲେଖ ଥିଲା ।ଏଥିସହିତ ରତ୍ନଭଣ୍ଡାରରେ ସମୁଦାୟ ୧୨୮ଟି ସୂର୍ଣ୍ଣ ମୁଦ୍ରା, ୧୨୯୭ ରୁପା ମୁଦ୍ରା, ୧୦୬ ତାମ୍ର ମୁଦ୍ରା, ୨୪ଟି ପୁରାତନ ପ୍ରଚଳିତ ମୁଦ୍ରା ଥିବା ୧୮୦୫ ଗଣତି ବେଳେ ଜଣାପଡ଼ିଥିଲା । ୧୩୩୩ ପ୍ରକାରର ସୂତା ଶାଢ଼ି, ସିଲ୍କ ପାଟ, ଧୋତି ଆଦି ସେସମୟରେ ରତ୍ନଭଣ୍ଡାରରୁ ମିଳିଥିଲା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking