ଭୁବନେଶ୍ୱର: ଆଗକୁ ନୂଆବର୍ଷ ଆସୁଥିବାରୁ ରାଜ୍ୟବାସୀଙ୍କୁ ସରକାରଙ୍କ ର ବଡ ଉପହାର । ତେବେ ନୂଆବର୍ଷରେ ନୂଆ ନିୟମ ରାଜ୍ୟସରକାର ଆଣିଲେ ରାସନ ହିତାଧିକାରୀ ମାନଙ୍କ ପାଇଁ । ପ୍ରତି ମାସରେ ରାସନ ଦେବାକୁ ସରକାରଙ୍କ ନିଷ୍ପତ୍ତି । ଆଉ ୩ ମାଶରେ ଥରେ ମିଳିବନି ରାସନ । ତେବେ ନୂଆବର୍ଷରୁ ନୂଆ ନିୟମ ଲାଗୁ ହେବ । ପ୍ରତି ମାସରେ ହିତାଧିକାରୀଙ୍କୁ ମିଳିବ ରାସନ । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।