ଭୁବନେଶ୍ୱର: ୮, ୧୬,୦୫୬ ଅଯୋଗ୍ୟଙ୍କ ରାସନ କାର୍ଡ କଟିଛି । ଇ- କେୱାଇସି ନେଇ ଗୃହରେ ଯୋଗାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି । କହିଛନ୍ତି, ମୋଟ ୮ ଲକ୍ଷ ୧୬ ହଜାର ୫୬ ଜଣ ଅଯୋଗ୍ୟ ଙ୍କ ରାସନ କାର୍ଡ କଟିଛି । ୭୫ ହଜାର ୩୦ ଜଣ ସରକାରୀ ଚାକିରିଆ ହାତେଇଥିଲେ କାର୍ଡ । ୪୫ ହଜାର ୪୯୬ ଜଣ ଆୟକର ଦେଉଥିବା ଲୋକଙ୍କର କାର୍ଡ କଟିଛି । ଗୋଟିଏ ହେଲେ ବି ଯୋଗ୍ୟ ହିତାଧିକାରୀଙ୍କ ନା କଟିନି ।










