24.1 C
Bhubaneswar
Wednesday, January 15, 2025
Homeଓଡିଶାକଟକଣାକୁ ଫୁ କରି, ରଥଉପରେ ମନ ପସନ୍ଦର ଫଟୋ ଉଠାଇଲେ ସେବାୟତ

କଟକଣାକୁ ଫୁ କରି, ରଥଉପରେ ମନ ପସନ୍ଦର ଫଟୋ ଉଠାଇଲେ ସେବାୟତ

ପୁରୀ : ରଥ ଉପରକୁ ମୋବାଇଲ ନେଲେ ହେବ କାର୍ୟ୍ୟାନୁଷ୍ଠାନ । ନୂତନ ଭାବେ ଦାୟିତ୍ବ ନେବା ପରେ ଏଭଳି ପ୍ରତିକ୍ରିୟା ରଖିଥିଲେ ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମାତ୍ର ସୁନାବେଶରେ ରଥ ଉପରେ ସବୁ କଟକଣାକୁ ଫୁ କରି ଦେଇ ଉଡ଼ାଇ ଦେଇଛନ୍ତି ଦଇତାପତି ସେବାୟତମାନେ । ଅବସର ଥିଲା ସୁନାବେଶର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ପୋଲିସର କଡ଼ା ପ୍ରହରା ଥିଲା । ମାତ୍ର ସବୁ ଯେମିତି ଥିଲା ଧର୍ମକୁ ଆଖିଠାର ଭଳି । ଦଇତାପତି ସେବାୟତମାନେ ଆଜି ରଥ ଉପରକୁ ମୋବାଇଲ ନେଇ ଦିଅଁଙ୍କ ସାମ୍ନାରେ ଛିଡ଼ା ହେବା ସହ ମନ ପସନ୍ଦର ଫଟୋ ମଧ୍ୟ ଉଠାଇଛନ୍ତି । ଯାହା ଏବେ ଭକ୍ତଙ୍କ ମହଲରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।
ଶ୍ରୀ ପାଢୀ ଦାୟିତ୍ବ ନେବା ପରେ କହିଥିଲେ କି, ରଥ ଉପରକୁ ମୋବାଇଲ ନେଲେ କାର୍ୟ୍ୟାନୁଷ୍ଠାନ ହେବ । ରଥ ଉପରେ ଫଟୋ ଓ ସେଲ୍ଫି ନେବା ଉପରେ କଟକଣା ଲାଗିବ । ଅଣ ସେବାୟତ ରଥ ଉପରକୁ ଯାଇପାରିବେ ନାହିଁ । କୌଣସି ପରିସ୍ଥିତିରେ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବ ନାହିଁ । ସେବାୟତ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ । ସବୁ ନିଯୋଗ ସହ ଆଲୋଚନା ହୋଇ ସମନ୍ୱୟ ରକ୍ଷା କରାଯିବ ।
ମାତ୍ର ଆଜିର ଦୃଶ୍ୟ ଦେଖିଲେ ଏହା ବାରି ହୋଇପଡ଼ୁଛି କି କଟକଣା କେବଳ କଟକଣାରେ ରହିଯାଇଛି। ଆଡ଼ପ ମଣ୍ଡପ ବିଜେ ସମୟରେ ବଡ଼ ଠାକୁରଙ୍କ ପଡ଼ିଯିବା ଘଟଣା ଏବେ ଯାଏ ମନରୁ ଲିଭିନି । ରଥଯାତ୍ରା ମଝିରେ ମୁଖ୍ୟ ପ୍ରଶାସକ ପଦବୀ ବି ପରିବର୍ତ୍ତନ ହେଲା । ମାତ୍ର କଟକଣା କଟକଣା ବାଟରେ ଅଟକି ଗଲା ଯେମିତି। ଏବେ ପ୍ରଶ୍ନ ଉଠୁଛି ଏଭଳି ଦୃଶ୍ୟ ଏବେ ନଜରକୁ ଆସିବା ପରେ ପ୍ରଶାସନ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ନା କେବଳ କଟକଣା କଟକଣା ବାଟରେ ରହିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking