24.1 C
Bhubaneswar
Monday, March 23, 2026
Homeଓଡିଶାରଥଯାତ୍ରା: ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ରଥଯାତ୍ରା: ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ପୁରୀ: ଶ୍ରୀକ୍ଷେତ୍ରରେ ଭାବ ଭକ୍ତିର ଜୁଆର । ଭାଇ ଭଉଣୀଙ୍କା ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧା ବିଗ୍ରହ । ରଥରେ ଚଢି ଶ୍ରୀଗୁଣ୍ଡିଚା ଯିବେ ମହାପ୍ରଭୁ । ଜନ୍ମବେଦୀ ଆଡପ ମଣ୍ଡପରେ କରିବେ ଲୀଳାଖେଳା । ଏଥିପାଇଁ ଜନ ସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ ।ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି।

ସକାଳ ୬ଟାରେ ମଙ୍ଗଳା ଆଳତି
ସକାଳ ୬.୧୦ ରେ ମଇଲମ
ସକାଳ ୬.୩୦ ରେ ତଡପଲାଗି
ସକାଳ ୬.୩୦ରେ ରୋଷ ହୋମ
ସକାଳ ୭ଟାରେ ଅବକାଶ
ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା
ସକାଳ ୭.୩୦ ରେ ଦ୍ୱାରପାଳ ପୂଜା
ସକାଳ ୭.୩୦ ସୁଦ୍ଧା ବେଶ ଶେଷ
ଗୋପାଳ ବଲ୍ଲଭ ଏବଂ ସକାଳ ଧୁପା (ଖେଚୁଡି ଭୋଗ) ସକାଳ ୮ ରୁ ୯
ସକାଳ ୯ଟାରେ ରଥ ପ୍ରତିଷ୍ଠା
ସକାଳ ୯.୧୫ ରେ ମଙ୍ଗଳାର୍ପଣ
ସକାଳ ୯.୩୦ରୁ ଆରମ୍ଭ ହେବ ପହଣ୍ଡି
ଦିନ ୧୨.୩୦ ସୁଦ୍ଧା ଶେଷ ହେବ ପହଣ୍ଡି
ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀ ଶ୍ରୀ ରାମ ଏବଂ ଶ୍ରୀ ଶ୍ରୀ କୃଷ୍ଣ ବିଜେ
ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ ଚିତା ଲାଗି
ଅପରାହ୍ନ ୧.୩୦ ରୁ ୨.୩୦ ବେଶ ଶେଷ
ଅପରାହ୍‌ଣ ୨.୩୦ ରୁ ୩.୩୦ ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା
ଅପରାହ୍ନ ୪ଟା ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ
ଅପରାହ୍ନ ୪ଟାରେ ଆରମ୍ଭ ରଥଟଣା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking