25.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶରଶ୍ମିକା-ବିଜୟଙ୍କ ସରିଲା ନିର୍ବନ୍ଧ: କାହା ପାଖେ କେତେ ଟଙ୍କା ଜାଣନ୍ତୁ...

ରଶ୍ମିକା-ବିଜୟଙ୍କ ସରିଲା ନିର୍ବନ୍ଧ: କାହା ପାଖେ କେତେ ଟଙ୍କା ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଡେଟିଂ ଗୁଜବ ପରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ଶେଷରେ ନିର୍ବନ୍ଧ କରିଛନ୍ତି । ଶୁକ୍ରବାର ଲୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ନିର୍ବନ୍ଧର ଗୁଜବ ଆରମ୍ଭ ହୋଇଥିଲା । ଏବଂ ବିଜୟଙ୍କ ଟିମ ଶନିବାର ସକାଳେ ଏହି ଖବରକୁ ନିଶ୍ଚିତ କରିଛନ୍ତି । ସୂଚନା ଅନୁସାରେ , ଉଭୟେ ଫେବୃଆରୀ ୨୦୨୬ରେ ବିବାହ ବନ୍ଧନରେ ବାନ୍ଧି ହେବେ । କିନ୍ତୁ ରଶ୍ମିକା କିମ୍ବା ବିଜୟ ସେମାନଙ୍କ ନିର୍ବନ୍ଧ ବିଷୟରେ କୌଣସି ପୋଷ୍ଟ ସେୟାର କରିନାହାଁନ୍ତି । ରଶ୍ମିକା ଏବଂ ବିଜୟ ୨୦୧୮ର ହିଟ ଫିଲ୍ମ ଗୀତା ଗୋବିନ୍ଦମ ଏବଂ ୨୦୧୯ର ଡିୟର କମ୍ରେଡ ଫିଲ୍ମରେ ଏକାଠି ଅଭିନୟ କରିବା ପରଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି । ବିଜୟ ଏବଂ ରଶ୍ମିକା ପ୍ରାୟତଃ ଦୁହେଁ ଏକାଠି ସମୟ ବିତାନ୍ତି । ଅଗଷ୍ଟ ମାସରେ ସେମାନେ ନ୍ୟୁୟର୍କରେ ୪୩ ତମ ଇଣ୍ଡିଆ ଡେ ପରେଡରେ ନେତୃତ୍ୱ ନେଇଥିଲେ । ସେମାନେ ଇଣ୍ଡିଆ ବିୟଣ୍ଡ ବର୍ଡର୍ସ ନାମକ ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ । ଯଦି ଦେଖିବା ଉଭୟଙ୍କ ବୟସ ତେବେ ୭ ବର୍ଷ ଅନ୍ତର । ରଶ୍ମିକାଙ୍କ ବୟ, ୨୯ ବର୍ଷ ହୋଇଥିବା ବେଳେ ବିଜୟଙ୍କ ବୟସ ୩୬ ବର୍ଷ । ରଶ୍ମିକାଙ୍କ ମୋଟ ସମ୍ପତ୍ତି ୧୦୦ କୋଟି ହେବ ବୋଲି ଆଶଙ୍କା କରାଯାଉଛି । ତାଙ୍କର ମୁମ୍ବାଇ, ହାଇଦ୍ରାବାଦ, ଗୋଆ ଏବଂ କୁର୍ଗରେ ଘର ଅଛି। ତାଙ୍କର ମର୍ସିଡିଜ୍-ବେଞ୍ଜ ଏବଂ ଅଡି Q3 ପରି ବିଳାସପୂର୍ଣ୍ଣ କାର ଅଛି।ବିଜୟଙ୍କ ସମ୍ପତ୍ତି ପ୍ରାୟ 150 କୋଟି ବୋଲି କୁହାଯାଉଛି। ତାଙ୍କର ହାଇଦ୍ରାବାଦରେ ଏକ ସୁନ୍ଦର ବଙ୍ଗଳା ଅଛି ଏବଂ ତାଙ୍କର ଏକ BMW ଏବଂ ଏକ Volvo XC90 ପରି ବିଳାସପୂର୍ଣ୍ଣ କାର ମଧ୍ୟ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking