24.4 C
Bhubaneswar
Saturday, March 7, 2026
Homeଖେଳଦିନିଆ ଟିମ୍‌କୁ ଫେରିଲେ ରଶିଦ୍ ଖାନ୍

ଦିନିଆ ଟିମ୍‌କୁ ଫେରିଲେ ରଶିଦ୍ ଖାନ୍

ନୂଆଦିଲ୍ଲୀ :  ଆଫଗାନିସ୍ତାନର ପ୍ରମୁଖ ସ୍ପିନର୍ ରଶିଦ୍ ଖାନ୍ ସାଉଥ୍ ଆଫ୍ରିକା ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ପାଇଁ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଶାରଜାହରେ ଖେଳାଯିବ । ରଶିଦ୍ ଆୟର୍ଲାଣ୍ଡ ବିପକ୍ଷ ଗତ ଦିନିକିଆ ସିରିଜ୍‌ରେ ଖେଳିପାରି ନଥିଲେ । ଏପରି ନ୍ୟୁଜିଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କୁ ଟିମ୍‌ରେ ସାମିଲ ମଧ୍ୟ କରାଯାଇ ନଥିଲା । ଅବଶ୍ୟ ଗ୍ରେଟର ନୋଏଡାରେ ଏହି ମ୍ୟାଚ୍ ଚାରିଦିନ ହେଲା ଆରମ୍ଭ ହୋଇପାରି ନାହିଁ । ଆଫଗାନିସ୍ତାନ ଟିମ୍‌ରେ ଯୁବ ବ୍ୟାଟର ଅବ୍‌ଦୁଲ ମଲିକଙ୍କୁ ସ୍ଥାନ ମିଳିଛି । ଅବ୍‌ଦୁଲ୍ ନିକଟରେ ଘରୋଇ ଲିଷ୍ଟ-ଏ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେହିପରି ଆଫଗାନିସ୍ତାନ ପକ୍ଷରୁ ସାତ ଟି-୨୦ ମ୍ୟାଚ୍ ଖେଳିଥିବା ଦରବେଶ ରସୁଲୀଙ୍କୁ ମଧ୍ୟ ଦିନିକିଆ ଟିମ୍‌ରେ ସ୍ଥାନ ମିଳିଛି । ମୁଖ୍ୟ ଚୟନକର୍ତ୍ତା ଅହମଦ ଶାହ ସୁଲେମାନଖିଲ କହିଛନ୍ତି, ମୁଜିବ୍ ଉର୍ ରହମାନ୍ ଆହତ ସମସ୍ୟାରୁ ସୁସ୍ଥ ହେଉଛନ୍ତି ଏବଂ ଚୟନ ପାଇଁ ଉପଲବ୍ଧ ହୋଇନାହାନ୍ତି । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ପୂର୍ବରୁ ଆହତ ଇବ୍ରାହିମ ଜାଦରାନ୍ ମଧ୍ୟ ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି ।
ଆଫଗାନିସ୍ତାନ ଦିନିକିଆ ଟିମ୍‌: ହଶମତୁଲ୍ଲାହ ଶାହିଦି (କ୍ୟାପ୍‌ଟେନ୍‌), ରହମନୁଲ୍ଲାହ ଗୁରବାଜ୍ (ୱିକେଟ୍‌କିପର୍‌), ରହମନଥ ଶାହ, ଅବ୍‌ଦୁଲ୍ ମଲିକ୍‌, ରିଆଜ ହସନ୍‌, ଦରବେଶ୍ ରସୁଲୀ, ଇକ୍‌ରାମ୍ ଅଲିଖିଲ, ଗୁଲବଦିନ୍ ନାଏବ୍‌, ମହମ୍ମଦ ନବୀ, ଅଜମତୁଲ୍ଲା ଓମରଜାଇ, ରଶିଦ୍ ଖାନ୍‌, ନାଙ୍ଗ୍ୟାଲ୍ ଖରୋଟି, ଏଏମ୍ ଘଜନଫର୍‌, ଫଜଲ୍ ହକ୍ ଫାରୁକି, ଫରିଦ୍ ମଲିକ, ନଭୀଦ୍ ଜାଦରାନ୍‌, ବିଲାଲ ସମି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking