30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିବାହ ବନ୍ଧନରେ ଆବଦ୍ଧ ରଶିଦ୍ ଖାନ୍

ବିବାହ ବନ୍ଧନରେ ଆବଦ୍ଧ ରଶିଦ୍ ଖାନ୍

କାବୁଲ୍‌ : ଆଫଗାନିସ୍ତାନର ମହାନ୍ ସ୍ପିନର୍ ରଶିଦ୍ ଖାନ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ୨୬ ବର୍ଷୀୟ ରଶିଦ୍‌ଙ୍କ ସହ ତାଙ୍କର ଅନ୍ୟ ତିନି ଭାଇ ଜକିଉଲ୍ଲାହ, ନୁମାନ ଏବଂ ନସିମ୍ ଖାନ୍ ମଧ୍ୟ ବିବାହ କରିଛନ୍ତି। ଶୁକ୍ରବାର ସୋସିଆଲ୍ ମିଡିଆରେ ରଶିଦ୍‌ଙ୍କ ବିବାଦ ଫଟୋ ଏବଂ ଭିଡିଓ ଅପ୍‌ଲୋଡ୍ ହୋଇଛି। ତେବେ ଏଥିରେ ରଶିଦ୍‌ଙ୍କ ପତ୍ନୀଙ୍କ ଫଟୋ ନାହିଁ। କାବୁଲ୍‌ର ଇମ୍ପିରିୟନ୍ କଣ୍ଟିନେଣ୍ଟାଲ୍ ହୋଟେଲ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ଆୟୋଜିତ ବିବାହ ସମାରୋହରେ ମହମ୍ମଦ ନବୀଙ୍କ ସହିତ ବହୁ ଆଫଗାନିସ୍ତାନ କ୍ରିକେଟର୍ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅଜମନୁଲ୍ଲାହ ଉମରଜଇ, ନଜିବୁଲ୍ଲାହ ଜାଦରାନ୍‌, ରହମନ ଶାହ ଏବଂ ମୁଜିବ୍ ଉର୍ ରହମାନ୍ ଅନ୍ୟତମ। କିଛିଦିନ ପୂର୍ବେ ଏକ ସାକ୍ଷାତକାରରେ ରଶିଦ୍ କହିଥିଲେ ଆଫଗାନିସ୍ତାନ ପାଇଁ ବିଶ୍ୱକପ୍ ଜିତିବା ପରେ ହିଁ ବିବାହ କରିବେ। ମାତ୍ର ଏବେ ସମସ୍ତଙ୍କୁ ଚକିତ କରି ସେ ବିବାହ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking