25.1 C
Bhubaneswar
Thursday, February 12, 2026
Homeଓଡିଶାରାଜ୍ୟ ବି ବଢାଇବ ମାଗଣା ରାସନ ଅବଧି, ୨୦୨୮ ପର୍ଯ୍ୟନ୍ତ ବଢିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ...

ରାଜ୍ୟ ବି ବଢାଇବ ମାଗଣା ରାସନ ଅବଧି, ୨୦୨୮ ପର୍ଯ୍ୟନ୍ତ ବଢିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା

ବ୍ୟୁରୋ : କେନ୍ଦ୍ର ପରେ ରାଜ୍ୟ ବି ବଢାଇବ ଗରିବ କଲ୍ୟାଣ ଯୋଜନା ଅବଧି । ୨୦୨୮ ପର୍ଯ୍ୟନ୍ତ ବଢିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଯେଉଁଥିରେ ଗରିବଙ୍କୁ ମାଗଣାରେ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇ ଦେବେ ସରକାର । ଏ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଗରିବଙ୍କ ପାଇଁ ଏହା ନିତ୍ୟାନ୍ତ ଆବଷ୍ୟକ । ରାଜ୍ୟ ସରକାର ନିଜସ୍‌ବ ଯୋଜନାରେ ମଧ୍ୟ ସେହି ଅନୁୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରିବେ ।
ଅନ୍ୟପଟେ ରାସନ କାର୍ଡକୁ କିଛି ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ରାସନ କାର୍ଡ ଇ-କେଓ୍‌ବାଇସି ଚାଲିଛି । ପ୍ରାୟ ୨ କୋଟି ୩୦ ଲକ୍ଷ ଇ-କେଓ୍‌ବାଇସି ସରିଲାଣି ଆଉ ପ୍ରାୟ ୧ କୋଟି ଲୋକଙ୍କ ବାକି ରହିଛି । ଆଉ ୧୮ ରୁ ୨୦ ହିନ ମଧ୍ୟରେ ଏହା ସରିଯିବ । ତାପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତିା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking