ନୂଆଦିଲ୍ଲୀ: ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଏକ ଶିଶୁ ଜନ୍ମ ଦେଇଛନ୍ତି । ତେବେ ଶିଶୁଟିର ବାପା କିଏ ତାଙ୍କ ପରିଚୟ ଖୋଜିବା ପାଇଁ ଡିଏନଏ ଟେଷ୍ଟ ଯାଞ୍ଚ କରୁଛି ପୋଲିସ । ଏହା ପରେ ହିଁ ଶିଶୁଟିର ବାପାଙ୍କ ପରିଚୟ ଜଣା ପଡିବ । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଅକ୍ଟୋବର ୧୮ରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ତେବେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମଧ୍ୟରେ ପ୍ରକାଶ, କମଲ କୁମାର ,ଶ୍ରବଣ,ଅବଦେଶ ଯାଦବଙ୍କ ନାମ ରହିଛି । ଏମାନଙ୍କର ରକ୍ତ ନମୁନା ନିଆ ଯାଇଛି । ଏବଂ ଶିଶୁଟିର ବାପାର ପରିଚୟ ପାଇଁ ଡ୍ଏନଏ ଟେଷ୍ଟ ପାଇଁ ଏକ ଲ୍ୟାବକୁ ପଠାଯାଇଛି । ଲକ୍ଷ୍ନୌରେ ଥିବା ଠାକୁରଗଞ୍ଜ ଥାନାରେ ଯୁବତୀଙ୍କ ଗଳିରେ ରହୁଥିବା ପ୍ରକାଶ ୨୦ ଅକ୍ଟୋବର ୨୦୨୩ ରେ କୌଣସି ଏକ କଥାର ଆଳ ଦେଖାଇ ଯୁବତୀଙ୍କୁ ନିଜ ସହ ନେଇ ଯାଇଥିଲା । ଲଗାତାର ଦୁଇ ଦିନ ଧରି ଯୁବତୀଙ୍କୁ ଅଟକ ରଖି ଦୁଷ୍କର୍ମ କରିଚାଲିଥିଲା ।
କିଛି ଦିନ ପରେ ପ୍ରକାଶ ଯୁବତୀଙ୍କୁ ସିତାପୁରରେ ରହୁଥିବା କମଲ କପୁରଙ୍କୁ ବିକ୍ରି କରିଦେଇଥିଲା । କମଲ ମଧ୍ୟ କିଛି ଦିନ ଧରି ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଏହାପରେ ପୀଡିତା ଜଣଙ୍କ ଗର୍ଭବତୀ ହୋଇଥିଲେ ବୋଲି ଅଭିଯୋଗ ହୋଇଛି । ଏହାପରେ ଅଭିଯୁକ୍ତ ଯୁବତୀଙ୍କୁ ସୀତୀପୁରରେ ରହୁଥିବା ସରବନ ଯାଦବଙ୍କୁ ବିକ୍ରି କରିଦେଇଥିଲେ । ଶ୍ରବଣ ଏବଂ ତାଙ୍କ ସାଙ୍ଗମାନେ ପୀଡିତାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ପୁରା ଘଟଣା ମାମଲାରେ ଛଅ ଜଣଙ୍କ ବିରୁଦ୍ଧରେ ରିପୋର୍ଟ ଲେଖାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ସେପ୍ଟମ୍ବର ୧୦ରେ ପୀଡିତା କୌଣସି ଉପାୟରେ ବାହାରି ରାତି ସମୟରେ ଘରକୁ ପହଞ୍ଚି ଠାକୁରଗଞ୍ଜ ଥାନାରେ ମକଦ୍ଦମା ଦେଇଥିଲେ । କମଲ କୁମାର,ଶ୍ରବଣ ଏବଂ ଅବଦେଶକୁ ପୋଲିସ ଗିରଫ କରିଥିଲେ । ତେବେ ପୀଡିତାଙ୍କ ଶିଶୁଟିର ଅସଲ ବାପା କିଏ ତାହା ଜାଣିବା ପାଇଁ ସମସ୍ତ ଅଭିଯୁକ୍ତଙ୍କର ଡିଏନଏ ଟେଷ୍ଟ କରି ଏହାର ନମୁନା ଗୁଡିକ ପଠାଯାଇଛି । ଏହାର ରିପୋର୍ଟକୁ ଅପେକ୍ଷା କରିବା ସହ ତଦନ୍ତ ଜାରି ରହିଛି ବୋଲି ପଶ୍ଚିମ ଜୋନର ଡିସିପି ବିଶ୍ୱଜିତ ଶ୍ରୀବାସ୍ତବ କହିଛନ୍ତି ।