27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲେ ରଣବୀର

ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲେ ରଣବୀର

ନୂଆଦିଲ୍ଳୀ: ରିଆଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ରେ ବାପାମାଆଙ୍କୁ ନେଇ ଅଶ୍ଳୀଳ ମଜାକ କରିବା ପରେ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ରଣବୀର ଆଲ୍ଲାବାଦିଆ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ରଣବୀରଙ୍କ ପକ୍ଷରୁ ଓକିଲ ଅଭିନବ ଚନ୍ଦ୍ରଚୂଡ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ତେବେ ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ସଞ୍ଜିବ ଖାନ୍ନା ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ମାମଲା ପ୍ରକ୍ରିୟା ଅନୁଯାୟୀ ବିଚାର କରାଯିବ। ରଣବୀରଙ୍କ ଅଶ୍ଳୀଳ ମଜାକକୁ ନେଇ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏବଂ ଆସାମ ପୁଲିସ୍‌ ଦ୍ବାରା ଏଫଆଇଆର ଦାଖଲ କରାଯାଇଥିଲା। ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍’ର ଏକ ଏପିସୋଡ୍‌ରେ “ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା” ଅଭିଯୋଗରେ ଆସାମ ପୁଲିସ ଏଫଆଇଆରରେ ରଣବୀର ଆଲ୍ଲାବାଦିଆଙ୍କ ସମେତ ଅନ୍ୟ ଚାରି ପ୍ରଭାବଶାଳୀଙ୍କ ନାମ ଉଲ୍ଲେଖ କରିଛି। ଏଫଆଇଆର ପରେ ଆସାମ ପୁଲିସ ମାମଲାରେ ଜଡିତ ଲୋକଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇ ପହଞ୍ଚିଥିଲା। ଗୌହାଟୀର ବାସିନ୍ଦା ଆଲୋକ ବୋରୁଆଙ୍କ ଅଭିଯୋଗ ଆଧାରରେ ଫେବ୍ରୁଆରି ୧୦ ତାରିଖରେ ଗୌହାଟୀ କ୍ରାଇମ୍ ବ୍ରାଞ୍ଚରେ ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମାଖିଜା, ରଣବୀର ଆଲ୍ଲାବାଦିଆ ଏବଂ ସମୟ ରାଇନାଙ୍କ ସମେତ ଅନେକ ୟୁଟ୍ୟୁବର୍ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking