28.1 C
Bhubaneswar
Wednesday, October 16, 2024
Homeଖେଳରଣଜୀ ଟ୍ରଫି ୨୦୨୪-୨୫: ଗୋଆ, ହରିଆଣା, ରେଲୱେ, ତାମିଲନାଡ଼ୁ, ସିକ୍କିମ ବିଜୟୀ; ମୁମ୍ବାଇକୁ ୮୪ ରନ୍‌ରେ...

ରଣଜୀ ଟ୍ରଫି ୨୦୨୪-୨୫: ଗୋଆ, ହରିଆଣା, ରେଲୱେ, ତାମିଲନାଡ଼ୁ, ସିକ୍କିମ ବିଜୟୀ; ମୁମ୍ବାଇକୁ ୮୪ ରନ୍‌ରେ ହରାଇଲା ବରୋଦା

ନୂଆଦିଲ୍ଲୀ:  ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇକୁ ରଣଜୀ ଟ୍ରଫି ୨୦୨୪-୨୫ର ପ୍ରଥମ ମ୍ୟାଚ୍‌ରେ ପରାଜିତ ହେବାକୁ ପଡ଼ିଛି । ବରୋଦା ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ମୁମ୍ବାଇକୁ ୮୪ ରନ୍‌ରେ ହରାଇ ଦେଇଛି । କୃଣାଳ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ବରୋଦା ମୁମ୍ବାଇକୁ ୨୬୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ମାତ୍ର ମୁମ୍ବାଇ ଟିମ୍ ଅନ୍ତିମ ଇନିଂସ୍‌ରେ ୧୭୭ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଏହା ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନେଇଥିବା ବରୋଦା  ପ୍ରଥମ ଇନିଂସ୍‌ରେ ୨୯୦ ରନ୍ କରିଥିଲା ।

ଜବାବରେ ମୁମ୍ବାଇ ୨୧୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଦ୍ୱିତୀୟ ଇନିଂସ୍‌ରେ ବରୋଦା ୧୮୫ ରନ୍ କରି ୨୬୧ ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଭାର୍ଗବ ଭଟ୍ଟ ବରୋଦା ବିଜୟରେ ନାୟକ ସାଜିଥିଲେ । ଉଭୟ ଇନିଂସ୍‌ରେ ମୋଟ ୧୦ ୱିକେଟ୍ ନେଇଥିବା ଏହି ବାମହାତୀ ସ୍ପିନର୍‌ଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି । ସେ ପ୍ରଥମ ଇନିଂସ୍‌ରେ ୬ ଏବଂ ଦ୍ୱିତୀୟ ଇନିଂସ୍‌ରେ ରାହାଣେ, ଶ୍ରେୟସ୍ ଆୟର୍‌, ସିଦ୍ଧେଶ ଲାଡ୍‌ଙ୍କ ସମେତ ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହାସଲ କରିଥିଲେ । ଦ୍ୱିତୀୟ ଇନିଂସ୍‌ରେ ମୁମ୍ବାଇ ପକ୍ଷରୁ ସିଦ୍ଧେଶ ଲାଡ୍ ୫୯ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ ।

ରଣଜୀ ଟ୍ରଫିର ଚଳିତ ସିଜନ୍ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଥିଲା । ପ୍ରଥମ ରାଉଣ୍ଡ୍‌ରେ ୧୬ ମ୍ୟାଚ୍ ଖେଳାଯାଇଛି । ଗୋଆ, ହରିଆଣା, ରେଲ୍‌ୱେ ଏବଂ ସିକ୍କିମ୍ ବିଜୟରୁ ସିଜନ୍ ଆରମ୍ଭ କରିଛନ୍ତି । ଗୋଆ ବଡ଼ ବ୍ୟବଧାନରେ ପ୍ରଥମ ମ୍ୟାଚ୍ ଜିତିଛି । ଟିମ୍ ମଣିପୁରକୁ ୯ ୱିକେଟ୍‌ରେ ହରାଇଛି । ସେହିପରି ହରିଆଣା ଏକ ଇନିଂସ୍ ଓ ୪୩ ରନ୍‌ରେ ବିହାରକୁ ମାତ୍ ଦେଇଛି । ରେଲୱେ ୧୮୧ ରନ୍‌ରେ ଚଣ୍ଡିଗଡ଼କୁ ଶୋଚନୀୟ ଭାବେ ପରାଜିତ କରିଛି । ତାମିଲନାଡ଼ୁ ମଧ୍ୟ ସୌରାଷ୍ଟ୍ରକୁ ଇନିଂସ୍ ଓ ୬୫ ରନ୍‌ରେ ହରାଇଛି । ନାଗାଲାଣ୍ଡ ଇନିଂସ୍ ଓ ୨୯୦ ରନ୍‌ରେ ଅରୁଣାଚଳ ପ୍ରଦେଶକୁ ଏବଂ ସିକ୍କିମ୍ ୧୩୭ ରନ୍‌ରେ ମିଜେରାମ୍‌କୁ ହରାଇ ଖାତା ଖୋଲିଛନ୍ତି । ତେବେ ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking